ପାକିସ୍ତାନ ଜାରି କଲା ନୂଆ ନକ୍ସା,ଲଦାଖ-ଜୁନାଗଡ ଉପରେ ରଖିଲା ଦାବୀ

1 min read

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ଭିତରେ କାଠମାଣ୍ଡୁ ଯେମିତି ଏକପାଖିଆ ରାଜନୈତିକ ନକ୍ସା ଜାରି କରିଥିଲା,ସେମିତି ପାକିସ୍ତାନ କରିଛି । ନେପାଳଠାରୁ ଶିଖି ପାକିସ୍ତାନ ମଧ୍ୟ ଏକତରଫା ଭାବେ ନୂଆ ରାଜନୈତିକ ନକ୍ସା ଜାରି କରିଛି । ମଙ୍ଗଳବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏକ ବୈଠକରେ ଦେଶର ନୂଆ ନକ୍ସା ଜାରି କରିଛନ୍ତି । ଏଥିରେ ସଂପୂର୍ଣ୍ଣ ଜାମ୍ମୁକାଶ୍ମୀର,ସିଆଚିନ ଓ ଗୁଜୁରାଟର ଜୁନାଗଡ ଉପରେ ପାକିସ୍ତାନ ନିଜ ଦାବୀ ରଖିଛି । ସମ୍ବିଧାନରୁ ଧାରା ୩୭୦ ଉଛେଦ ଓ ଜମ୍ମୁ-କାଶ୍ମୀର ବିଭାଜନକୁ ଠିକ୍ ଏକ ବର୍ଷ ପୁରା ହେବା ଆଗରୁ ପାକିସ୍ତାନ୍ ଏଭଳି ରାଜନୈତିକ ଷ୍ଟଣ୍ଟ୍ ଖେଳିଛି ।

ସିଆଚିନ୍-ସରକ୍ରିକ୍ ଉପରେ ରଖିଲା ଦାବି

ଇମ୍ରାନ୍ ଖାନଙ୍କ ଦ୍ୱାରା ଜାରି ନୂଆ ନକ୍ସାରେ ସିଆଚିନକୁ ନିଜ ଅଙ୍ଗ ଭାବେ ଦାବି କରିଛି ପାକିସ୍ତାନ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈସୀ କହିଛନ୍ତି ଯେ, ଭାରତ ସେଠାରେ ଅବୈଧ ନିର୍ମାଣ କରିଛି ।ସାର କ୍ରିକ୍ ନେଇ ଭାରତ ସହ ବିବାଦ ଥିଲେ ମଧ୍ୟ ପାକିସ୍ତାନ ଏହାକୁ ନୂଆ ନକ୍ସାରେ ଦେଖାଇଛି ।

new pak map

ଜୁନାଗଡ ବି ପାକିସ୍ତାନର !

ପାକିସ୍ତାନ କେବଳ ଏତିକିରେ ଅଟକିନି । ଇମ୍ରାନ୍ ଖାନ୍ ପାଦେ ଆଗକୁ ଯାଇ ଗୁଜୁରାଟର ଜୁନାଗଡ ଉପରେ ଦାବୀ ରଖିଛନ୍ତି । ପାକିସ୍ତାନ ନୂଆ ମ୍ୟାପରେ କେବଳ ଭାରତୀୟ କ୍ଷେତ୍ର ଉପରେ ଦାବି ରଖିନି । ଏହା ମଧ୍ୟ ଭାରତ ଓ ଚୀନ୍ ମଧ୍ୟରେ ଯେଉଁ ସବୁ ଅଂଚଳକୁ ନେଇ ବିବାଦ ଚାଲିଛି ତାକୁ ‘ଅନଡିଫାଇନ୍ଡ ଫ୍ରଣ୍ଟିୟର’ ଭାବେ ଘୋଷଣା କରିଛି । ପାକିସ୍ତାନ ଏବେ ନୂଆ ନକ୍ସାକୁ ଜାତିସଂଘରେ ଉପସ୍ଥାପିତ କରିବା ଯୋଜନା କରୁଛି । ସୂଚନାଯୋଗ୍ୟ ଯେ, ସୋମବାର ଦିନ ପାକ୍ ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିୟନ୍ତ୍ରଣ ରେଖାରେ ପହଂଚିଥିଲେ । କାଶ୍ମୀର ଲୋକଙ୍କ ସ୍ୱାଧିନତାକୁ ସେମାନେ ସମର୍ଥନ କରନ୍ତି ବୋଲି ଉଭୟ ସେଠାରେ କହିଥିଲେ । ଆଉ ଗୋଟିଏ ଦିନ ପରେ ପାକିସ୍ତାନ ନୂଆ ନକ୍ସାରେ ସଂପୂର୍ଣ୍ଣ କାଶ୍ମୀରକୁ ନିଜର ଦେଖାଇଛି ।

ପାକିସ୍ତାନରେ ଇମ୍ରାନ୍ ହେଉଛନ୍ତି ଟ୍ରୋଲ୍

ତେବେ ଇମ୍ରାନଙ୍କ ନୂଆ ପଲିଟିକାଲ ଷ୍ଟଣ୍ଟକୁ ତାଙ୍କରି ଦେଶରେ ଲୋକ ଥଟା କରିବା ଆରମ୍ଭ କରିଦେଲେଣି । ଜଣେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଜର୍ମାନୀ ଓ ଜାପାନ ବର୍ଡରକୁ ମଧ୍ୟ ସାମିଲ କରିବାକୁ କହିଛନ୍ତି । ଏଣେ ଭାରତୀୟ ଟ୍ରୋଲରଙ୍କ ନିଶାନାରେ ନେପାଳ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସିଛନ୍ତି । ଓ

Leave a Reply