ଗିଲଗିଟ୍‌-ବାଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରଦେଶର ମାନ୍ୟତା ପାଇଁ ଇମ୍ରାନ୍‌ଙ୍କ ଘୋଷଣା, ବିରୋଧୀଙ୍କ କଡ଼ା ସମାଲୋଚନା

1 min read
Pakistan To Remain On The Grey List Of Terror Financing Watchdog Fatf

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିଲଗିଟ୍‌ ଏବଂ ବାଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରଦେଶର ମାନ୍ୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ରବିବାର ସେ ୭୩ତମ ସ୍ୱାଧୀନତା ଦିବସ ଉତ୍ସବରେ ପହଞ୍ଚି ସେଠାରେ ଏହି ଘୋଷଣା କରିଥିଲେ । ଏହାପୂର୍ବରୁ ଇମ୍ରାନ ଘୋଷଣା କରିଥିଲେ ଯେ, ଗିଲଗିଟ-ବାଲ୍‌ତିସ୍ତାନକୁ ସାମ୍ବିଧାନିକ ଅଧିକାର ଦିଆଯିବ ଏବଂ ନଭେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ, ଭାରତ ଏହି ପଦକ୍ଷେପକୁ ଆରମ୍ଭରୁ ବିରୋଧ କରିଆସୁଛି । ଖାଲି ସେତିକି ନୁହେଁ ପାକିସ୍ତାନ ଭିତରେ ମଧ୍ୟ ଏହାକୁ ନେଇ ବିବାଦ ରହିଛି ।

Gilgit Baltistan.

ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଇମ୍ରାନ୍‌ ଖାନ ଏଠାରେ କହିଛନ୍ତି, ଗିଲଗିଟ୍-ବାଲ୍‌ତିସ୍ତାନ ଅସ୍ଥାୟୀ ପ୍ରଦେଶର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇସାରିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିୟମକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଇମ୍ରାନ ଖାନ ଆହୁରି କହିଛନ୍ତି, ଗିଲଗିଟ-ବାଲ୍‌ତିସ୍ତାନ ପାଇଁ ଦିଆଯିବାକୁ ଥିବା ପ୍ୟାକେଜ୍‌ ବିଷୟରେ ସେ ଏବେ କହିପାରିବେ ନାହିଁ । କାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ନିୟମ ଉଲ୍ଲଂଘନ ହେବ ।

Gilgit Baltistan.

ସୂଚନାଯୋଗ୍ୟ, ଯେତେବେଳେ ଇମ୍ରାନ ଖାନ୍‌ ଏହା ଘୋଷଣା କରିଥିଲେ ସେତେବେଳେ ବିରୋଧୀ ଦଳ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଜାମିଆତ୍‌-ଇ-ଉଲେମା ଇସଲାମ-ଏଫ୍ ମୁଖ୍ୟ ମୌଲାନା ଫଜଲୁର ରହମାନ ଏହି ଦୁଇଟି ସ୍ଥାନକୁ ଏକ ପ୍ରଦେଶ କରିବା ବିରୋଧରେ ଛିଡା ହୋଇଛନ୍ତି । ରେହମାନଙ୍କ କହିବାନୁସାରେ, ଏପରି କରିବା ଦ୍ୱାରା ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ନେଇ ଭାରତର ନିଷ୍ପତ୍ତି ମଧ୍ୟ ବୈଧ ପ୍ରମାଣିତ ହେବ ।

Leave a Reply