ପାକିସ୍ତାନରେ ରାଲି କରିବାକୁ ମୋଦିଙ୍କୁ କିଏ ଓ କ’ଣ ପାଇଁ ନିମନ୍ତ୍ରଣ କଲେ ,ଜାଣନ୍ତୁ

1 min read

ଇସଲାମାବାଦ: କାଶ୍ମୀରକୁ ନେଇ ବାଉଳି ଚାଉଳି ହେଉଥିବା ପାକିସ୍ତାନୀ ନେତୃତ୍ୱ ପୁଣି ନୂଆ ଡ୍ରାମା ଆରମ୍ଭ କରିଛନ୍ତି । ଏଥର ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ମହମୁଦ କୁରୈସୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକ୍ ଆଧିକୃତ କାଶ୍ମୀରରେ ରାଲି କରିବାକୁ ଆହ୍ୱାନ କରିଛନ୍ତି । ଏହା ସହ ସେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଶ୍ରୀନଗରରେ ରାଲି କରିବା ପାଇଁ ଭାରତ ଅନୁମତି ଦେଉ ବୋଲି କହିଛନ୍ତି । ତାଙ୍କ ଅନୁସାରେ ଏହାଦ୍ୱାରା ପୁରା ଦୁନିଆ ଜାଣି ପାରିବ କେଉଁ ନେତାଙ୍କୁ କେମିତି ସ୍ୱାଗତ କାଶ୍ମୀରରେ ମିଳୁଛି ।

https://twitter.com/kashmirosint/status/1291058923152105474

ବୁଧବାର ଦିନ କୁରୈଶୀ ମିଡିଆ ସହ କଥା ହେବା ବେଳେ କହିଥିଲେ ଯେ, ‘ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶେଷ ସନ୍ଦେଶ ଦେବାକୁ ଚାହୁଁଛି । ଆଜି କାଶ୍ମୀରରୁ ଧାରା ୩୭୦ ଉଛେଦକୁ ବର୍ଷେ ପୁରିଛି । ମୁଁ ପାକ୍ ବୈଦେଶିକ ମନ୍ତ୍ରୀ ଭାବେ ଆପଣଙ୍କୁ ନିମନ୍ତ୍ରଣ ଦେଉଛି ଯେ,ଯଦି ଆପଣଙ୍କର  ନିଜ ନୀତି ଉପରେ ବିଶ୍ୱାସ ଅଛି ତେବେ ମୁଜାଫରାବାଦରେ ରାଲି କରନ୍ତୁ ଓ ଦେଖନ୍ତୁ ଆପଣଙ୍କର କେମିତି ସ୍ୱାଗତ ହେଉଛି । ଯଦି ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅଛି ତେବେ ଇମ୍ରାନଙ୍କୁ ଶ୍ରୀନଗର ଯିବାକୁ ଦିଅନ୍ତୁ । ଆଉ ଦେଖନ୍ତୁ ଶ୍ରୀନଗରରେ ଇମ୍ରାନଙ୍କର କେମିତି ସ୍ୱାଗତ ହେଉଛି । ଜନମତ ସଂଗ୍ରହ ଯେବେ ହେବ ସେବେ ହେବ କିନ୍ତୁ ଜନତାର ଜନମତ ସଂଗ୍ରହ ଆଜି ହୋଇଯିବ । ଯଦି ସାହସ ଅଛି ତେବେ ଆମ ଚ୍ୟାଲେଂଜକୁ ଗ୍ରହଣ କରନ୍ତୁ’’

ଟ୍ୱିଟରରେ ଟ୍ରୋଲ୍ ହେଲେ ପାକ୍ ବୈଦେଶିକ ମନ୍ତ୍ରୀ

ନିଜ ବଡବୋଲା ଗୁଣ ପାଇଁ କୁଖ୍ୟାତ ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ ଏଭଳି ବୟାନ ପାଇଁ ଟ୍ୱିଟରରେ ବେସ୍ ଟ୍ରୋଲ ହେବାକୁ ପଡୁଛି । ନିୟୋ ନାମକ ୟୁଜର ଲେଖିଛନ୍ତି ଯେ, ‘‘ ପାକିସ୍ତାନୀ ନେତା ଟ୍ରୋଲ ଭଳି ହୋଇଗଲେଣି । ଏହା ସେମାନଙ୍କ ପାଇଁ ଦୁଃଖଦ । ସେମାନେ ପାଗଳ ହୋଇଗଲେଣି । ବୟାନବାଜି କରିବା ବ୍ୟତିତ ସେମାନଙ୍କ ପାଖରେ ଆଉ କୌଣସି ଉତ୍ତର ନାହିଁ । ସେମାନେ ଲଢେଇ ଲଢି ପାରୁନାହାନ୍ତି  । ରାଜନୈତିକ ଭାବେ ସେମାନେ କିଛି ମଧ୍ୟ ହାସଲ କରି ପାରୁ ନାହାନ୍ତି । ଆତଙ୍କବାଦୀ ଭାରତକୁ ସେମିତି ପ୍ରଭାବିତ କରିନି ଯେତିକି ସୋଭିଏତ ସଂଘକୁ କରିଥିଲା’’

ସେହି ଭଳି ରବି ନନ୍ଦୁରୀ ଲେଖିଛନ୍ତି ଯେ, ପାକିସ୍ତାନ କେଉଁଠାରୁ କେଉଁଠି ପହଂଚିଗଲା । କେବେ ସେମାନେ କହୁଥିଲେ  ଆମେ କାଶ୍ମୀର ପାଇଁ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ,ଏବେ କହୁଛନ୍ତି ନିୟନ୍ତ୍ରଣ ରେଖା ସେପଟକୁ ଯାଇ ପିଏମଙ୍କୁ କଥା ହେବାର ଅଛି । ଆରଥରକୁ ପାକିସ୍ତାନ ଏହି ପ୍ରସ୍ତାବ ଦେବ ଯେ, କାଶ୍ମୀର ବିବାଦର ସମାଧାନ ପାଇଁ ଦୁଇ ଦେଶର କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ କବାଡି ମ୍ୟାଚ୍ ଖାଳା ଯାଉ ।

Leave a Reply