ପିଏ ମୃତ୍ୟୁ ମାମଲା, ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ

1 min read
PA Death Case, Police Register Murder case Against Malkangiri Collector Manish Agrawal And Four Others

ମାଲକାନଗିରି: ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ । ମାଲକାନଗିରି ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମାଲକାନଗିରି ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟେନୋ ପ୍ରକାଶ ସ୍ୱାଇଁ, ଅବସରପ୍ରାପ୍ତ ଓଆରଏସ୍ ଅଧିକାରୀ ଭଗବାନ ପାଣିଗ୍ରାହୀଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି ।

PA Death Case, Police Register Murder case Against Malkangiri Collector Manish Agrawal And Four Others

ଗତ ୨୦୧୯ ମସିହା ଡିସେମ୍ବର ୨୮ରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ଦେବ ନାରାୟଣଙ୍କ ମୃତଦେହ । ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ।

ଘଟଣାରେ ଦେବ ନାରାୟଣଙ୍କ ପରିବାର ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମାଲକାନଗିରି ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲିସ ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ।

PA Death Case, Police Register Murder case Against Malkangiri Collector Manish Agrawal And Four Others
FILE

ସେମାନଙ୍କ ବିରୋଧରେ ଆଇପିସି ୧୮୬୦ ଆଇନର ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି), ଓ ୩୪ ଧାରା ଲାଗିଛି । ଗତ ଡିସେମ୍ବର ୨୭ରେ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟାଣ ନିଖୋଜ ହୋଇ ଯାଇଥିଲେ । ତା’ପରଦିନ ୨୮ ତାରିଖରେ ସତୀଗୁଡ଼ା ଡ୍ୟାମ ନିକଟରୁ ଦେବ ନାରାୟାଣଙ୍କ ବାଇକ୍, ହେଲମେଟ୍ ମିଳିଥିଲା ।

Leave a Reply