୪୦ ନୁହେଁ ଗଲବାନରେ ମରିଥିଲେ ୬୦ ଚୀନ୍ ସୈନିକ

1 min read

ନୂଆଦିଲ୍ଲୀ: ଗଲବାନ ସଂଘର୍ଷରେ ୪୦-୪୫ ଜଣ ନୁହେଁ ବରଂ ୬୦ ଜଣ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ଏଭଳି ତଥ୍ୟ ରଖିଛି ଆମେରିକାର ଏକ ଗଣମାଧ୍ୟମ ସଂସ୍ଥା । ଆମେରିକୀୟ ଖବରକାଗଜ ନ୍ୟୁଜବିକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୀନ-ଭାରତ ସୀମା ବିବାଦରେ ପ୍ରାୟ ୬୦ ଜଣ ସୈନିକଙ୍କ ଜୀବନ ଯାଇଛି । ସେହିଭଳି ରିପୋର୍ଟରେ ଚୀନର ବିସ୍ତାରବାଦୀ ନୀତିକୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ଭାରତ ସହ ଥିବା ସୀମା ବିବାଦର ପ୍ରଚ୍ଛଦପଟ୍ଟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ର ଚକ୍ରାନ୍ତ ରହିଛି । ଚୀନ୍ ସେନାକୁ ସୀମାରେ ବିଶୃଙ୍ଖଳା କରିବା ପାଇଁ ନିର୍ଦ୍ଦେଶ ମିଳିଥିବା ବେଳେ ଚୀନ୍ ସେନା ନିଜ ଚକ୍ରାନ୍ତରେ ବିଫଳ ହୋଇଥିବା ରିପୋର୍ଟ କହୁଛି ।

ଅନ୍ୟପକ୍ଷରେ ଭାରତଠାରୁ ସୀମାରେ ପରଜାୟର ସ୍ୱାଦ ଚାଖିବା ପରେ ଚୀନ୍ ଅଧିକ ଆକ୍ରମଣାତ୍ମକ ହୋଇପାରେ । ଭାରତୀୟ ସୀମାରେ ପରିସ୍ଥିତି ଆହୁରି ସମ୍ୱେଦନଶୀଳ ହେବ । ଚୀନ୍ ସେନାରେ କମ୍ୟୁନିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତ କରି ଖୁବ୍ ଶୀଘ୍ର ଭାରତ ବିରୋଧୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହିବ ବୋଲି ସଂପୃକ୍ତ ଖବରକାଗଜ ସଂସ୍ଥା ଆଶାବ୍ୟକ୍ତ କରିଛି । ଏଣୁ ଭାରତ-ଚୀନ୍ ସୀମାରେ ବିବାଦ ଆଗାମୀ ଦିନରେ ଆହୁରି ପ୍ରବଳ ହେବ ।

ତେବେ ରିପୋର୍ଟରେ କୁହାଯାଇଛି ଯେ, ୨୦୧୨ରେ ସି ଜିନ୍ ପିଙ୍ଗ୍ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଗ୍ରହଣ କଲେ । ପରେ ଖୁବ୍ କମ୍ ଦିନ ମଧ୍ୟରେ ତାଙ୍କୁ ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ଦାୟିତ୍ୱ ମିଳିଲା । ଦାୟିତ୍ୱ ପାଇବା ପରେ ସେ ନିଜର ଭାରତ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ଆରମ୍ଭ କଲେ । ସୀମାରେ ବିବାଦ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ହେଲା । ମୋଟାମୋଟୀ ଭାବେ କହିଲେ ଚୀନ ଓ ଭାରତର ସୀମା ବିବାଦ ପାଇଁ ସି ଜିନ୍ ପିଙ୍ଗ୍ ପ୍ରମୁଖ ଭାବେ ଦାୟୀ । ସେହିଭଳି ଭାରତର ମିତ୍ର ରାଷ୍ଟ୍ର ଋଷ୍ ଏହି ସଂଘର୍ଷ ପୂର୍ବରୁ ଭାରତକୁ ସଟେତନ କରାଇଥିବା ନେଇ ଉକ୍ତ ଆମେରିକୀୟ ଖବରକାଗଜ ସଂସ୍ଥା କହିଛି । ଖବରକାଗଜ ସଂସ୍ଥାର କହିବା ଅନୁଯାୟୀ, ମଇ ମାସରେ ଋଷ ଭାରତ ସହ ସମ୍ପର୍କ କରି ଚୀନର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଥିଲା । ଏପରିକି  ତିବ୍ବତରେ ଚୀନ ସମାରାଭ୍ୟାସ କରୁଥିବା ନେଇ ମଧ୍ୟ ସୂଚନା ଦେଇଥିଲା । ଏହାପରେ ଜୁନ ୩୦ରେ ଋଷର ସୂଚନା ସତ୍ୟ ସାବ୍ୟସ୍ତ ହେଲା ।

Leave a Reply