ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ମିଛ ଖବର ପ୍ରସାରଣ କରିଛି ଓଟିଭି: AAI

1 min read
OTV’s Fake News Once Again Exposed Falsely Trying To Defame Odisha CM

ଭୁବନେଶ୍ୱର: ପ୍ରଥମେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମିଛ ଖବର ପ୍ରସାରଣ । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର । ଗତକାଲି ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଉପରେ ପ୍ରଶ୍ନ ଉଠାଇ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ କୁହାଯାଇଥିଲା ୨୦୨୦ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ୧୯ ମିନିଟରେ କେଉଁ ବନ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କଲେ । ଓଟିଭିର ଏହି ମିଛ ଖବରର ପୋଲ୍ ଖୋଲିଛନ୍ତି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ।

VVIP ଶ୍ରେଣୀରେ ଆସନ୍ତି ନାହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ 

OTV’s Fake News Once Again Exposed Falsely Trying To Defame Odisha CMଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି- କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀରେ ଆସନ୍ତି ନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣକୁ VVIP ମୁଭମେଣ୍ଟରେ ଉଲ୍ଲେଖ କରାଯାଇନାହିଁ ।

୧୯ ନୁହେଁ ୩୦ ମିନିଟ୍ ଉଡ଼ାଣ

OTV’s Fake News Once Again Exposed Falsely Trying To Defame Odisha CMହେଲିକପ୍ଟରଟି ଟେକ୍ ଅଫ୍ ଓ ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟ୍ ଉଡ଼ିଥିବା ଓଟିଭି ଖବର ପ୍ରସାରଣ କରିଥିଲା । ଏହାକୁ ବି ମିଛ ବୋଲି କହିଛି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ । ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟରଟି ଟେକ୍ ଅଫ-ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟରୁ ଅଧିକ ସମୟ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ସମୟ ୩୦ ମିନିଟରୁ ଅଧିକ ଥିବାବେଳେ ୧୯ ମିନିଟ୍ ଉଡ଼ାଣ କରିଥିବା ଖବର ପ୍ରସାରଣ କରିଥିଲା ଓଟିଭି ।

ଭୁବନେଶ୍ୱରରୁ ବନ୍ୟାଞ୍ଚଳ ଲାଗେ ୬ ମିନିଟ୍

OTV’s Fake News Once Again Exposed Falsely Trying To Defame Odisha CMମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମାତ୍ର ୧୯ ମିନିଟରେ ବନ୍ୟାଞ୍ଚଳ ବୁଲି ଫେରିବା ସମ୍ଭବ ନୁହେଁ ଓଟିଭି ପ୍ରସାରଣ କରିଥିଲା । ସତ ହେଉଛି- ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପ୍ଟର ଉଚ୍ଚକ୍ଷମତା ସମ୍ପନ୍ନ । ଏହି ହେଲିକପ୍ଟର ୨ଟି ଇଞ୍ଜିନ୍ ବିଶିଷ୍ଟ । ଏହି ଅତ୍ୟାଧୁନିକ ହେଲିକପ୍ଟର ଭୁବନେଶ୍ୱରରୁ ମାତ୍ର ୫ରୁ ୬ ମିନିଟ୍ ମଧ୍ୟରେ ବନ୍ୟାଞ୍ଚଳ ପହଞ୍ଚିବାରେ ସକ୍ଷମ । ମୁଖ୍ୟମନ୍ତ୍ରୀ ସେହିଦିନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ସାରିବା ପରେ ଗଣମାଧ୍ୟମକୁ ସେ ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ଜାରି କରାଯାଇଥିଲା ।

ସକାଳେ ନୁହେଁ ଅପରାହ୍ଣରେ ଯାଇଥିଲେ ମୁଖ୍ୟମନ୍ତ୍ରୀ

OTV’s Fake News Once Again Exposed Falsely Trying To Defame Odisha CMପ୍ରସାରିତ ଖବରରେ ଓଟିଭି ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସକାଳ ୧୦ଟା ୧୨ରେ ବିମାନବନ୍ଦର ଛାଡ଼ିଥିବା ବେଳେ ୧୦ଟା ୩୧ରେ ଫେରି ଆସିଥିଲା । ଏହା ବି ଡାହା ମିଛ । ଓଟିଭି ବିନା ଅନୁସନ୍ଧାନରେ ଭୁଲ୍ ସମୟ ଦର୍ଶାଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ଅନୁସାରେ ଭାରତୀୟ ସମୟ (+5.30 IST) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅପରାହ୍ଣ ୩ଟା ୪୨ରେ ଉଡ଼ାଣ ଭରି ୪ଟା ୧ରେ ଫେରିଥିଲା । ତେବେ ଏହା କେବଳ ଉଡାଣ ସମୟ ଅଟେ । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସମୁଦାୟ ଯାତ୍ରା ୩୦ ମିନିଟର ଅଟେ । ହେଲିକପ୍ଟର ଲ୍ୟାଣ୍ଡିଂ ଓ ଟେକ ଓଭର ସମୟକୁ ଉଡାଣ ସମୟ ସହ ମିଶାଇ ମୋଟ୍ ୩୦ ମିନିଟର ଯାତ୍ରା ହୋଇଛି । ଏଣୁ ମୋଟ ଯାତ୍ରା ସମୟ ୩୦ ମିନିଟ୍ ହୋଇଥିବା ବେଳେ ଓଟିଭି ୧୯ ମିନିଟ୍ ଦର୍ଶାଇ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା ।

ଓଟିଭିକୁ ସବୁ ମହଲରୁ ନିନ୍ଦା

OTV’s Fake News Once Again Exposed Falsely Trying To Defame Odisha CM

ପୂର୍ବରୁ କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା ଦର୍ଶାଇ ଓଟିଭି ଏକ ଅଡିଓ ଭାଇରାଲ୍ କରିଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବାକୁ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଛି । ଯାହାକୁ ସବୁ ମହଲରେ ନିନ୍ଦା କରାଯାଉଛି ।

Leave a Reply