ସାରୁଅ ଜମି କେଳେଙ୍କାରୀ: ଓଟିଭି କର୍ତ୍ତୃପକ୍ଷଙ୍କୁ ଅନୁକମ୍ପା ପ୍ରଦର୍ଶନ କରିଥିଲେ ତହସିଲଦାର, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କ ସୁପାରିସ

1 min read

ଭୁବନେଶ୍ୱର:  ଖୋର୍ଦ୍ଧା ଜିଲା ସାରୁଅ ଅଞ୍ଚଳରେ ଜମି କେଳେଙ୍କାରୀ ଘଟଣାରେ ନୂଆ ତଥ୍ୟ ଲୋକଲୋଚନକୁ ଆସିଛି । ସ୍ଥାନୀୟ ବେଗୁନିଆ ତହସିଲଦାର ମଧ୍ୟସ୍ଥି ସାଜି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ଜମି ହାତେଇବାରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ । କେବଳ ଜଗି ମଙ୍ଗତ ଏବଂ ତାଙ୍କ ପରିବାରର ନ୍ୟସ୍ତ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ପାଇଁ ଆଇନକୁ ଭୁଲିଯାଇଥିଲେ ତହସିଲଦାର । ସାଧାରଣ ଜନତାଙ୍କ ସ୍ୱାର୍ଥ ଅପେକ୍ଷା ଓଟିଭି ଏମଡିଙ୍କ ସ୍ୱାର୍ଥରକ୍ଷା ତହସିଲଦାରଙ୍କ ପ୍ରାଥମିକତା ହୋଇଥିଲା । ସ୍ଥାନୀୟ ବାସିନ୍ଦା ଜଳଧର ମହାଭୋଇ ଏବଂ ଅନ୍ୟମାନେ ତହସିଲଦାରଙ୍କ ଏପରି କଳାକାରନାମା ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳଙ୍କୁ ଅବଗତ କରାଇଥିଲେ ।

ସ୍ଥାନୀୟ ଜନସାଧାରଣଙ୍କଠାରୁ ଏପରି ଅଭିଯୋଗ ପାଇବା ପରେ ଜିଲାପାଳ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତରେ ବେଗୁନିଆ ତହସିଲଦାର ସମସ୍ତ ନିୟମକୁ ଆଡେଇ ଦେଇ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ଅନୁକମ୍ପା ପ୍ରଦର୍ଶନ କରିଥିବା ଜଣାପଡିଛି । ଏହି ରିପୋର୍ଟକୁ ଆଧାର କରି ଜିଲାପାଳ ରାଜସ୍ୱ ବିଭାଗକୁ ସେହି ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି ।

OTV Sarua Land Grabbing Case, Khordha District Administration Started Investigation

ଏହି ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଏଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଜମି ଯାଉଥିବା ଲୋକ ଏବଂ ଅନ୍ୟାନ୍ୟ ପ୍ରଭାବିତଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ କହିଥିଲେ । ମାତ୍ର ତହସିଲଦାର ଏହା ନ କରି ଏପରି ଦିନ ଧାର୍ଯ୍ୟ କରୁଥିଲେ, ଯାହା ଜଗି ମଙ୍ଗତଙ୍କୁ ସୁହାଉଥିଲା । ତହସିଲଦାରଙ୍କ ଏହି ଅନୁକମ୍ପାର ଫାଇଦା ଓଟିଭି ଏମଡିକୁ ମିଳିଥିଲା । ତେଣୁ ଏପରି କାର୍ଯ୍ୟ ତହସିଲଦାରଙ୍କୁ ମହାଙ୍ଗା ପଡିବାକୁ ଯାଉଛି ।

https://www.youtube.com/watch?v=xuQvaOu1DHU&feature=youtu.be

Leave a Reply