ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର

1 min read

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ସାରୁଆ ଜମି କେଳେଙ୍କାରୀ ମାମଲାରେ ଓଟିଭିର ସିଏଫ୍ଓ ମନୋରଞ୍ଜନ ଷଡଙ୍ଗୀ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ରବିବାର ତାଙ୍କୁ ଲଗାତର ଜେରା କରିବା ପରେ ଗିରଫ କରାଯାଇଥିବା ଜଣାପଡିଛି । ସାରୁଅରେ ଓଟିଭି ଏବଂ ଏହାର କର୍ତ୍ତୃପକ୍ଷଙ୍କ ଦ୍ୱାରା ଚଞ୍ଚକତାର ସହ ଅନୁସୂଚିତ ଜାତି(ଏସସି) ବ୍ୟକ୍ତିଙ୍କ ଜମି ଅକ୍ତିଆର କରିଥିଲେ । ଏନେଇ ପ୍ରଥମେ ସ୍ଥାନୀୟ ବାଘମାରୀ ପୋଲିସ ଅନୁସନ୍ଧାନ କରୁଥିଲା । ପରେ ଏହା କ୍ରାଇମବ୍ରାଞ୍ଚ ହାତକୁ ଆସିଥିଲା ।

କ୍ରାଇମବ୍ରାଞ୍ଚ EOW ସୂଚନା ଅନୁଯାୟୀ, ମନୋରଞ୍ଜନ ଷଡଙ୍ଗୀଙ୍କ ବିରୋଧରେ ଏକାଧିକ ଦଫା ଲାଗିଛି । IPCର ଧାରା ୪୨୦,୪୨୩,୪୬୭,୪୭୧,୧୨୦(ଖ) ଲାଗିଛି । ସେହିପରି ଏସସିଏସଟି ଆକ୍ଟର ୩ (୧) (ଜି)(କ୍ୟୁ) ମଧ୍ୟ ମନୋରଞ୍ଜନଙ୍କ ବିରୋଧରେ ଲାଗିଛି । ଗିରଫ ପରେ ମନୋରଞ୍ଜନ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେହିପରି ଗିରଫ ପରେ ତାଙ୍କୁ କୋର୍ଟ ନିଆଯାଇ ହାଜର କରାଯାଇଛି । ପୋଲିସ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଓଟିଭି ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ଜଣାପଡିଥିଲା । ତେଣୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ସହ , ମାମଲାରେ ସଂପୃକ୍ତି ଥିବାରୁ ସିଏଫଓଙ୍କୁ ଗିରଫ କରାଯାଇଛି ।

Leave a Reply