ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିଛନ୍ତି ପଣ୍ଡା ଦମ୍ପତି, ଗିରଫ ଭୟରେ ଆଗୁଆ ଜାମିନ

ଭୁବନେଶ୍ୱର : କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ଯେଉଁ ମାଲିକ କାରବାର କରେ ତାକୁ କଣ କହିବା ? ମିଠା ମହୁ ଖାଇଲା କିଏ ଆଉ ମାଛି କାମୁଡିଲା କାହାକୁ ? ଜଣେ ନିରୀହ ଲୋକ ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ଉଚିତ ନୁହେଁ କି । ଓଟିଭି ଗ୍ରୁପରେ ବରିଷ୍ଠ ପଦାଧିକାରୀ ଥିବା ମନୋରଂଜନ ଷଡ଼ଙ୍ଗୀ ସିଏଫଓ ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ଜରିଆରେ ଏଭଳି ପ୍ରଶ୍ନ କରିଛନ୍ତି ତାଙ୍କ ଶାଳକ ହରିହର ମିଶ୍ର । ସାରୁଅ ଜମି ଜାଲିଆତି ମାମଲାରେ ଗିରଫ ପରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମନୋରଂଜନଙ୍କ ପାଇଁ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ଅସଲ ଚେହେରାକୁ ସର୍ବସାଧାରଣରେ ଖୋଲିଦେବା ସହିତ ନ୍ୟାୟ ଦାବି କରିଛନ୍ତି ତାଙ୍କ ଓକିଲ ଶାଳକ ହରିହର ମିଶ୍ର।

Odisha Crime Branch Request To Income Tax Department To Investigate Funds Transaction On Sarua Land Scam

ହରିହର ମିଶ୍ର କହିଛନ୍ତି ଯେ, ଖୁଲ୍ଲମଖୁଲା କେଳେଙ୍କାରୀ କଲେ, ହେଲେ ଧରାପଡ଼ିବା ବେଳେ ଦୋଷ ଲଦୁଛନ୍ତି କର୍ମଚାରୀଙ୍କ ମୁଣ୍ଡରେ । ସାରୁଅ ଜମି ଜାଲିଆତିରେ କର୍ମଚାରୀଙ୍କୁ ମୋହରା କରି ହାତେଇଛନ୍ତି ଏକର ଏକର ଦଳିତ ଜମି । ହରିହର ଆହୁରି ଅଭିଯୋଗ କରିଛନ୍ତି, ଭିଣୋଇଙ୍କ ସଚ୍ଚୋଟତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି । ମନୋରଞ୍ଜନ ୨୦୦୮ରେ ଓମଫେଡ୍ ଛାଡି ଓରଟେଲ ସଂସ୍ଥାରେ ଯୋଗ ଦେଇଥିଲେ । ମନୋରଂଜନ ସମାଜର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀରୁ ଉଠି ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି । କିନ୍ତୁ ଓଟିଭି ତାଙ୍କର ସେହି ଚେରକୁ କାଟିଦେଇଛି । ସଚ୍ଚୋଟତାର ସୁଯୋଗ ନେଇ ମନୋରଞ୍ଜନଙ୍କୁ ମୋହରା ବନାଇଛନ୍ତି ଜୟ ଓ ଜଗି ପଣ୍ଡା ବୋଲି ହରିହର ଅଭିଯୋଗ କରିଛନ୍ତି ।

Sarua Land Scam Case, Courts Direct To Send Notice To Affected

ଉଲ୍ଲେଖଯୋଗ୍ୟ, ୨୦୦୮ରେ ଜଗି ମଙ୍ଗତ ପଣ୍ଡା ଏବଂ ବିଭୁ ପ୍ରସାଦ ରଥଙ୍କୁ ନେଇ ଓଡ଼ିଶା ଇନଫ୍ରାଟେକ ପ୍ରା ଲିମିଟେଡ ଗଢାଗଲା । ଦଳିତଙ୍କ ଜମି ହଡପ ପାଇଁ କରାଗଲା ଷଡ଼ଯନ୍ତ୍ର । ୧୨ ବର୍ଷର ଚକ୍ରାନ୍ତ । ଯେତେବେଳେ ଚକ୍ରାନ୍ତର କ୍ଲାଇମାକ୍ସ ସମୟ ଆସିଲା ମନୋରଂଜନଙ୍କୁ ନିର୍ଦ୍ଦେଶକ କରାଗଲା । ଏବଂ କମ୍ପାନୀ ଗଢି ନିଜେ ଜଗି ଖସିଗଲେ ୨୦୧୦ ମସିହାରେ । ଆଉ କହିଲେ ଯେ, ମନୋରଂଜନଙ୍କୁ ପାୱାର ଅଫ ଆଟୋର୍ଣ୍ଣି ଦିଆଯାଇଛି । ହେଲେ ଏହା ମନୋରଂଜନଙ୍କ ଜଏନିଂ ପୂର୍ବରୁ ଦିଆଯାଇଛି । ସେଥିରେ ଦୀପକ ପଣ୍ଡା, ବିଶ୍ବଜିତ ସାହୁ, ଶିବ ଶ୍ରୀଚନ୍ଦନ ଓ ରଶ୍ମି ମିଶ୍ରଙ୍କ ନାଁ ଉଲ୍ଲେଖ ରହିଛି  । ଏଥିରେ ବିଭୂ ରଥଙ୍କ ଶଳା ମଧ୍ୟ ସାମିଲ୍ ଥିଲେ । ସମସ୍ତ ଜମି ଏହି ମାନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ କିଣାଯାଇଛି  । କିନ୍ତୁ ମନୋରଂଜନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ ମାତ୍ର ଦୁଇଟି ସାଧାରଣ ବର୍ଗର ଜମି କିଣାଯାଇଛି  । ତେଣୁ ସେ ନିର୍ଦ୍ଦୋଷ ବୋଲି ହରିହର ଦାବି କରିଛନ୍ତି ।

ଗିରଫ ଭୟରେ ଆଗୁଆ ଜାମିନ ଆବେଦନ

ଏକ ନିର୍ଦ୍ଦିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ଅନ୍ୟକୁ ଯେମିତି ବକ୍‌ରା ବନାନ୍ତି ସେମିତି ମନୋରଞ୍ଜନ ଷଡଙ୍ଗୀଙ୍କୁ ବକ୍‌ରା ବନାଇଛନ୍ତି ଜଗି ଓ ଜୟ ପଣ୍ଡା  । ନିଜକୁ ସୁରକ୍ଷିତ ରଖିବା ପାଇଁ କର୍ମଚାରୀଙ୍କୁ ବଳି ଏକ ମାରାତ୍ମକ ବିଷୟ । ଏପରିକି ଗିରଫ ହେବା ଜାଣି ଆଗୁଆ ଜାମିନ ନେଇସାରିଛନ୍ତି ଜଗି ଓ ଜୟ  । ଆଣ୍ଟିସପେଟୋରି ବେଲ ଆବେଦନ ନେଇ ହରିହର ପଚାରିଛନ୍ତି ଯିଏ ଦୋଷ କରିଥାଏ ସେ ଆଗୁଆ କୋର୍ଟରୁ ଜାମିନ ନେଇ ନିଜକୁ ସୁରକ୍ଷିତ କରିଥାଏ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

OTV Sarua Land Grabbing Case, Khordha District Administration Started Investigation

ହେଲେ ମୁଖ୍ୟ ପ୍ରଶ୍ନ ହେଉଛି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର କିଏ ? ତାହାର ଗୁମର ଖୋଲିବା ଦରକାର । ପବ୍ଲିକ ଆଗରେ ସବୁ ଘଟଣାର ପର୍ଦ୍ଦାଫାସ ହେବା ଦରକାର । ପ୍ରମାଣିତ ହେବା ଦରକାର କିଏ ସ୍ବଚ୍ଛ କିଏ ଦୋଷୀ  । ଜଣେ ନୀରିହ ଲୋକର ଜୀବନ ଓ କ୍ୟାରିଅର ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ସହ ନ୍ୟାୟ ମିଳିବା ଉଚିତ । ଏହାସହ ହରିହର କହିଛନ୍ତି ଯାହା ନ୍ୟାୟ ଆସିବ ତାକୁ ମନୋରଂଜନ ମାନିନେବେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଅପରପକ୍ଷରେ ଭୀଷଣ ଚାପ ସହି ନ ପାରି ମନୋରଂଜନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏବେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମନୋରଞ୍ଜନଙ୍କୁ ନ୍ୟାୟ ମିଳିବା ଦରକାର । ସତ୍ୟ ସତ୍ୟ ବାଟରେ ଯିବ ମିଥ୍ୟା ମିଥ୍ୟା ବାଟରେ ଯାଉ ବୋଲି ମନୋରଂଜନଙ୍କ ପାଇଁ ଦାବି କରିଛନ୍ତି ଶଳା ହରିହର ମିଶ୍ର ।

Leave a Reply