ଭର୍ଚୁଆଲ ନୁହେଁ ସ୍ୱାଭାବିକ ଭାବେ ହେବ ଓସ୍କାର; ଏପ୍ରିଲ ୨୫ ତାରିଖ ଧାର୍ଯ୍ୟ…

ନୂଆଦିଲ୍ଲୀ:୨୦୨୧ ଏପ୍ରିଲରେ ଚଳିତ ବର୍ଷର ଓସ୍କାର ହେବ । କୋଭିଡ୍ ସମୟରେ ଏହା ଭର୍ଚୁଆଲ ହେବା ନେଇ ମଧ୍ୟ ଆଲୋଚନା ହେଉଥିଲା । ମାତ୍ର ଏଭଳି ଆଲୋଚନାକୁ ଖାରଜ କରି ଓସ୍କାରକୁ ସ୍ୱାଭାବିକ ଭାବେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଓସ୍କାର ଆୟୋଜନ ପାଇଁ ବିଳମ୍ୱ ହେବାର କାରଣ ମଧ୍ୟ ସ୍ପଷ୍ଟ ହୋଇଛି । କୋଭିଡ୍ ଯୋଗୁଁ ଅନେକ ପ୍ରତିବନ୍ଧକ ଥିଲା ।

ଅନେକ ଫିଲ୍ମ ସୂଚୀରେ ଆସିବାର ସମ୍ଭାବନା ମଧ୍ୟ କମିଥିଲା । ତେଣୁ କମିଟି ନିଷ୍ପତ୍ତି ହୋଇଥିଲା ଯେ, ବିଳମ୍ୱରେ ଓସ୍କାର ଆୟୋଜନ କରି ସବୁ ଫିଲ୍ମକୁ ସୂଚୀ ଭୁକ୍ତ କରିବାର ସୁଯୋଗ ଦେବା । ଏବେ ଏହା ଏପ୍ରଲି ୨୫ ତାରିଖରେ ହେବା ନେଇ ରାସ୍ତା ସଫା ହୋଇଛି । ତେବେ କେତେ ସଂଖ୍ୟକ ଅତିଥି ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଉଲ୍ଲେଖଯୋଗ୍ୟ ଯେ, ଓସ୍କାର କାର୍ଯ୍ୟକ୍ରମ ହେଉଥିବା ଡଲବି ଥିଏଟରର ଦର୍ଶକ କ୍ଷମତା ୩୪୦୦ ରହିଛି ।

ଲିଜୋ ଜୋସ୍ ପେଲିସେରୀଙ୍କ ନିର୍ଦ୍ଦେଶିତ ଜଲ୍ଲିକଟ୍ଟୁ  ଭାରତୀୟ ଫିଲ୍ମ ଓସ୍କାର ମନୋନୟନ ତାଲିକାରେ ସାମିଲ ହୋଇଛି । ଏହି ଫିଲ୍ମ ଶ୍ରେଷ ବିଶ୍ୱସ୍ତରୀୟ ଫିଚର ଫିଲ୍ମ ତାଲିକାରେ ସ୍ଥାନିତ ହୋଇଛି । ପୂର୍ବଥର ପାରାସାଇଟକୁ ଓସ୍କାର ତରଫରୁ ୪ଟି ଶ୍ରେଷ୍ଠ ମାନ୍ୟତା ମିଳିଥିବା ବେଳେ ଏହା ବର୍ଷର ସବୁଠାରୁ ଭଲ ଚଳଚ୍ଚିତ୍ର ବୋଲି ବିବେଚିତ ହୋଇଥିଲା ।

Leave a Reply