କର୍ମଚାରୀଙ୍କ ଦରମା ବାକି ରଖିଛି ଓରଟେଲ୍, ୨ ବର୍ଷ ହେଲା ଶ୍ରମ ବିଭାଗକୁ ଦୌଡି ଦୌଡି ନିରାଶ…

1 min read

୨୦୧୬ ମଇ ମାସରୁ ୨୦୧୮ ଜୁଲାଇ ମଧ୍ୟରେ ଓରଟେଲ କମ୍ୟୁନିକେସନରେ କାମ କରୁଥିବା ୧୭ କର୍ମଚାରୀଙ୍କୁ ୭-୮ ମାସର ଦରମା ମିଳିନି । ଏନେଇ ୨୦୧୮ ଅକ୍ଟୋବର ୩୦ରେ ଶ୍ରମ ବିଭାଗ ନିକଟରେ କର୍ମଚାରୀମାନେ ଫେରାଦ ମଧ୍ୟ ହୋଇଥିଲେ ।

ହେଲେ ଅଭିଯୋଗକୁ ୨ ବର୍ଷ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇ ପାରିନାହିଁ । ବାଧ୍ୟ ହୋଇ କର୍ମଚାରୀମାନେ ରାଉରକେଲା ଡିଭିଜନାଲ ଲେବର କମିଶନରଙ୍କୁ ଭେଟି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ମଚାରୀମାନେ ।

ତେବେ ୨୦୧୮ ନଭେମ୍ୱର ୩ରେ କର୍ମଚାରୀଙ୍କର ଅଭିଯୋଗ ଆଧାରରେ ଶ୍ରମ ବିଭାଗ ଓରଟେଲ୍ କମ୍ୟୁନିକେସନ ଲିମିଟେଡକୁ ନୋଟିସ କରିଥିଲା । ଘଟଣା ଉପରେ ନଜର ଦେବା ସହ ଦାବି ସମ୍ପର୍କିତ ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଥିଲା ।

ମାତ୍ର ନୋଟିସ ସତ୍ତ୍ୱେ ମଧ୍ୟ ଓରଟେଲ୍ କର୍ମଚାରୀଙ୍କ ଟଙ୍କା ଦେଇନଥିଲା । ଏବେ ପୁଣି ଥରେ ରାଉରକେଲା ଶ୍ରମ କମିଶନ ସଂସ୍ଥା ନୋଟିସ କରିବେ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କେବଳ ରାଉରକେଲା ନୁହେଁ, ରାଜ୍ୟ ଅନେକ ସ୍ଥାନରେ ଓରଟେଲ କର୍ମଚାରୀମାନଙ୍କୁ ଦରମା ପଇଠ କରାନଯିବାର ଅଭିଯୋଗ ସାମ୍ନାକୁ ଆସୁଛି ।

Leave a Reply