ଚମକାଇଲା ଚୀନର କରୋନା ଡାଟା: ଚୀନରେ ୯୨% ସୁସ୍ଥ ହେଉଛନ୍ତି,ବାକି ଦୁନିଆରେ ୨୨% ପ୍ରତିଶତ

ନୂଆଦିଲ୍ଲୀ: କରୋନା ଭାଇରସ ଚୀନରୁ ଜନ୍ମ ହୋଇପାରେ । କିନ୍ତୁ ଏବେ ଧିରେ ଧିରେ ଚୀନ ସାମାନ୍ୟ ହେବାରେ ଲାଗିଛି । ଚୀନ ଏକପ୍ରକାର କରୋନାକୁ ପରାସ୍ତ କରିସାରିଛି । ଅନ୍ୟପକ୍ଷରେ ବାକି ବିଶ୍ୱ ଏହି ମାରାତ୍ମକ ଭାଇରସ କବଳରେ ଛଟପଟ ହେଉଛି । ଅନାଗତ ଭବିଷ୍ୟତ ଓ ଆତଙ୍କ ଦୁନିଆକୁ ଡରାଉଥିବା ବେଳେ ଆଉ ଗୋଟିଏ ତଥ୍ୟ ବିଶ୍ୱକୁ ଚମକାଇଛି, ତାହା ହେଲା ଚୀନରେ ୯୨ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିନ୍ତୁ ବାକି ବିଶ୍ୱରେ ସୁସ୍ଥ ହେବାର ହାର ମାତ୍ର ୨୨ ପ୍ରତିଶତ । ଏହି ତଥ୍ୟ ଗୋଟିଏ ନୂଆ ପ୍ରଶ୍ନକୁ ଜନ୍ମ ଦେଇଛି, ତାହା ହେଲା ଚୀନ ପାଖରେ କଣ କରୋନାର କିଛି ଉପଚାର ଅଛି ? ଯାହାକୁ ଏହି କମ୍ୟୁନିଷ୍ଟ୍ ଦେଶ ବାକି ଦୁନିଆଠାରୁ ଲୁଚାଉଛି ।

ମାର୍ଚ୍ଚ ୧ ରେ, ବିଶ୍ୱରେ ୮୮ହଜାର କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୮୦ ହଜାର ମାମଲା କେବଳ ଚାଇନାରେ ଥିଲା । କିନ୍ତୁ ତାହା ମାର୍ଚ୍ଚ ୨୯ ସୁଦ୍ଧା ବିଶ୍ ବିଶ୍ୱରେ ୬ ଲକ୍ଷ ୭୭ ହଜାର କରୋନା ଆକ୍ରନ୍ତ ହୋଇଥିବା ବେଳେ ଚାଇନାରେ ୮୨ ହଜାର ୧୨୨ ମାମଲା ରହିଛି ।

ଚୀନ୍‌ରୁ କରୋନା ଭୂତାଣୁ ବିସ୍ତାର ହେବାରେ ଲାଗିଛି, ଯେଉଁଠାରେ ଏହା ମୋଟ ରୋଗର ୯୦ ପ୍ରତିଶତରୁ ଅଧିକ ଥିଲା । ବର୍ତ୍ତମାନ ଏହାକୁ ୧୨ ପ୍ରତିଶତକୁ ହ୍ରାସ ପାଇଛି ।

ମାର୍ଚ୍ଚ ୨୯ ଦିନ ସାରା ବିଶ୍ୱରେ କରୋନା ଭାଇରସ ମାମଲା ୭୬୯% ବୃଦ୍ଧି ପାଇଛି । କିନ୍ତୁ ମାର୍ଚ୍ଚରେ ଚାଇନାରେ ମାତ୍ର ୧.୭% ବଢିଥିବା ଜଣାପଡ଼ିଛି। ଯାହା ମାର୍ଚ୍ଚ ୧ ସୁଦ୍ଧା ବିଶ୍ୱରେ ୩ ​​ହଜାର ୫୦ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ୯୫% ରୁ ଅଧିକ ଅର୍ଥାତ୍ କେବଳ ଚାଇନାରେ ୨ ହଜାର ୯୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ବିଶ୍ୱରେ ମାର୍ଚ୍ଚ ୨୯ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଚାଇନାରେ ମୃତ୍ୟୁ ସଂଖ୍ୟା ମାତ୍ର ୩୩୦୦ରେ ପହଞ୍ଚିଛି, କିନ୍ତୁ ବିଶ୍ୱରେ ଏହି ସଂଖ୍ୟା ୩୧ ହଜାର ୭୩୫କୁ ବୃଦ୍ଧି ପାଇଛି । ଅର୍ଥାତ୍ ଏଭଳି ପରିସ୍ଥିତିରେ ଚାଇନାରେ ମୃତ୍ୟୁ ସଂଖ୍ୟା ବିଶ୍ୱର ୧୦ ପ୍ରତିଶତ ।

ଚାଇନାର ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତରୁ ୧୦ ପ୍ରତିଶତକୁ ଖସିବା ଆଶ୍ଚର୍ଯ୍ୟଜନକ ବିଷୟ ପାଲୟିଛି । ତେବେ ଜାଣନ୍ତୁ ଚାଇନା କେତେ ରୋଗୀଙ୍କୁ ଆରୋଗ୍ୟ କରିବାରେ ସଫଳ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଚାଇନାରେ ୯୨ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ମାତ୍ର ସମଗ୍ର ବିଶ୍ୱରେ ମାତ୍ର ୨୨% ରୋଗୀ ସୁସ୍ଥ ହୋଇଯାଇଛନ୍ତି । ଚୀନ୍ ପରେ ଇଟାଲୀ ଏବଂ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

୯୭,୬୮୯ ରୋଗୀଙ୍କ ମଧ୍ୟରୁ କେବଳ ୧୩,୦୩୦ ଜଣ ଇଟାଲୀରେ ସୁସ୍ଥ ହୋଇଛନ୍ତି । ସେହିପରି ଆମେରିକା ୧୪୨,୧୦୬ ରୋଗୀଙ୍କ ମଧ୍ୟରୁ କେବଳ ୨୬୮୬ଜଣ ସୁସ୍ଥ ହୋଇ ପାରିଛନ୍ତି ।

ଚାଇନାରେ ୯୨ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ମାତ୍ର ୨୨% ରୋଗୀ ସୁସ୍ଥ ହୋଇଥିବାରୁ । ଏବେ ଚୀନ ସନ୍ଦେହ ଘେରର ଭିତରକୁ ଆସିଛି । ସନ୍ଦେହ କରାଯାଉଛି ଯେ,କରୋନା ଚୀନର ଜୈବିକ ଅସ୍ତ୍ର ଓ ଏହାର ଆଣ୍ଟିଡୋଟ୍ ମଧ୍ୟ ତା’ପାଖରେ ଅଛି ।

Leave a Reply