ପ୍ରବଳ ବର୍ଷା ନେଇ ଟ୍ୱିନ୍ ସିଟି ପାଇଁ ସତର୍କତା ଜାରି, ୱେଲମାର୍କ ଲୋ ପ୍ରେସର ପ୍ରଭାବରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ

1 min read

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଓ୍ୱେଲମାର୍କ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ଗତ ରାତିରୁ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ଭିତରେ ପାରାଦୀପରେ ସର୍ବାଧିକ ୭୧.୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଅନ୍ୟପଟେ ଗୋପାଳପୁରରେ ୧୮.୧ ମିଲିମିଟର, ପୁରୀରେ ୧୮ ମିଲିମିଟର, ଚାନ୍ଦବାଲିରେ ୫୯.୮ ମିଲିମିଟର, ଭୁବନେଶ୍ୱରରେ ୧୫.୯ ମିଲିମିଟର, ଗଞ୍ଜାମରେ ୧୫ ମିଲିମିଟର, ଗଜପତିରେ ୧୦.୪ ମିଲିମିଟର  ଏବଂ କଟକରେ ୧୧.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଟ୍ୱିନ୍ ସିଟି ପାଇଁ ସତର୍କତା ଜାରି କରାଯାଇଛି । ଆଜି ଦିନ ସାଢେ ୧୧ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆକାଶ ମେଘାଛନ୍ନ ହେବାରୁ ରାସ୍ତାଘାଟ ଅନ୍ଧାରୁଆ ଦେଖାଯିବ । ପାଣି ଜମିବା ସହ ଟ୍ରାଫିକ୍ ଜାମ୍ ହୋଇପାରେ । ରାସ୍ତାରେ ଥିବା ମ୍ୟାନ୍‌ ହୋଲ୍ ଉପରେ ନଜର ରଖିବାକୁ କୁହାଯାଇଛି ପ୍ରଶାସନକୁ କୁହାଯାଇଛି । ତେଣୁ ଯଥା ସମ୍ଭବ ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେପଟେ ଆଗାମୀ ୧୨ ଘଣ୍ଟାରେ ଅବପାତର ରୂପ ନେବ । ସେହିପରି ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଏହା ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ।

Leave a Reply