ବିରୋଧ ଭିତରେ ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ କୃଷି ବଲ୍, ୨୫ରେ ପଞ୍ଜାବ ବନ୍ଦ

1 min read
Opposition Parties Unite To Against Farm Bill To Table In Rajya Sabha

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ନେଇ ଲଗାତାର ବିରୋଧ ବଢ଼ି ବଢ଼ି ଚାଲିଛି । ଲୋକସଭାରେ ସରକାର କୃଷି ବିଲକୁ ପାରିତ କରି ସାରିଛନ୍ତି । ଆଜି ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହେବ । ତେବେ ଉଚ୍ଚ ସଦନରେ ବିଲକୁ ପାସ୍ କରିବା ପାଇଁ NDA ନେତୃତ୍ୱାଧୀନ ବିଜେପି ସରକାର ପାଖରେ ବହୁମତ ନାହିଁ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଲ୍ ବିପକ୍ଷରେ ଅଛନ୍ତି । ଏଭଳି ସ୍ଥିତିରେ ୟୁପିଏ ଅଂଶୀଦାର କିଛି ଦଳ ବିଲକୁ ସମର୍ଥନ କଲେ ରାଜ୍ୟସଭାରେ ବିଲ୍ ପାସ ହେବା ଟିକିଏ ମୁସ୍କିଲ୍ ହେବ ।

Tata Projects Limited To Build New Parliament Building Rs 861.90 Crore

ଏମିତି ସ୍ଥିତିରେ କେନ୍ଦ୍ର ସରକାର ଏନଡିଏ ଓ ୟୁପିରେ ମିଶିନଥିବା ଦଳ ଉପରେ ନଜର ରଖିଛନ୍ତି । ତେବେ, ଏ କ୍ଷେତ୍ରରେ ଏଯାଏଁ କୌଣସି ଆଲୋଚନା ହୋଇଥିବା ଜଣାପଡ଼ୁନି । ତେଲଙ୍ଗାନାରେ ଶାସନ କରୁଥିବା ଟିଆରଏସ୍ ଏହି ବିଲକୁ ବିରୋଧ କରୁଛି । ପଞ୍ଜାବରେ ବିଲକୁ ବିରୋଧ କରି ଆସନ୍ତା ୨୫ ତାରିଖରେ ବନ୍ଦ ଡାକରା ଦିଆଯାଇଛି ।

ଏହି ବିଲ୍ ବିରୋଧରେ ସବୁଠୁ ଅଧିକ ବିରୋଧ ପଞ୍ଜାବରେ ଦେଖାଯାଉଛି । ସିରୋମଣି ଅକାଳୀ ଦଳ ଅଭିଯୋଗ କରିଛି ବିଲ୍ ନେଇ ସରକାର କଥା ଶୁଣୁନାହାଁନ୍ତି । ଏହା ବାଦ୍ ଅକାଳୀ ଦଳରୁ କୋଟେରୁ ସାଂସଦ ଥିବା ହରସିମରତ କୌର ବାଦଲ ବିଲକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ, ଏନଡିଏରୁ ସମର୍ଥନ ପ୍ରତ୍ୟାହାର ନେଇ ଦଳ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।

Opposition Parties Unite To Against Farm Bill To Table In Rajya Sabha

କୃଷି ବିଲକୁ ବିରୋଧରେ ସେପ୍ଟେମ୍ବର ୨୫ରେ ପଞ୍ଜାବ ବନ୍ଦ ଡାକରା ଦିଆଯାଇଛି । ୩୧ଟି କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଶନିବାର ବୈଠକ ବସିଥିଲା ।

Leave a Reply