କୃଷି ବିଲ୍ ବିବାଦ: ନଛୋଡ଼ବନ୍ଧ ବିରୋଧୀ, ସନ୍ଧ୍ୟା ୫ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ…

ନୂଆଦିଲ୍ଲୀ: କୃଷି ବିଲ ସରକାରଙ୍କ ନିଦ ହଜେଇ ଦେଲାଣି । ଲୋକସଭା ଓ ରାଜ୍ୟସଭାରେ ବହୁମତ ଥିବା ସତ୍ତ୍ୱେ ମଧ୍ୟ ବିରୋଧୀଙ୍କ ଆକ୍ରମଣରେ ସରକାର ଘେରି ହେଉଛନ୍ତି । ସଂସଦ ବାହାରେ ଓ ଭିତରେ ବିଲକୁ କଡ଼ା ଭାଷାରେ ସମାଲୋଚନା କରାଯାଉଛି । ଏହି କ୍ରମରେ ଆଜି ସଂସଦ ଆଗରେ ବିରୋଧି ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ । ଅପରାହ୍ନ ୫ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବିରୋଧୀ । ରାଜ୍ୟସଭାରୁ ନିଲମ୍ବିତ ବିରୋଧୀ ଦଳ ଗୁଲାମନବୀ ଆଜାଦଙ୍କ ବାସଭବନରେ ହୋଇଥିବା ବୈଠକରେ ସମସ୍ତ ବିରୋଧୀ ଏକାଠି ହୋଇଥିଲେ । ସଂସଦରେ ପାରିତ ହୋଇଥିବା କୃଷି ବିଲ ଉପରେ ଏଥିର ଆଲୋଚନା ହୋଇଥିଲା ।

ତେଣୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପୂର୍ବରୁ ସାକ୍ଷାତ କରି ଏହାର ବିରୋଧରେ ନିଜର ମତ ରଖିବେ ବିରୋଧୀ । ଗତ କିଛି ଦିନ ହେଲା ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଚେତାବନୀ ଦେଇଛନ୍ତି ଯେ, ଶୀଘ୍ର ଏହି ପ୍ରତିବାଦ କେବଳ ଏହି ରାଜ୍ୟରେ ସୀମିତ ରହିବ ନାହିଁ । ସେପଟେ ବିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ପଞ୍ଜାବ ଯୁବ କଂଗ୍ରେସ । ଦଳ ପକ୍ଷରୁ ଏକ ଟ୍ରାକ୍ଟର ରାଲି କରି ବିଲକୁ ବିରୋଧ କରାଯାଇଛି । ଯୁବ କଂଗ୍ରେସ ପକ୍ଷରୁ ଏହି ରାଲି ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିଛି ।

Leave a Reply