ମହଙ୍ଗା ମାଡ଼, ଏପ୍ରିଲ୍ ମାସରେ ବଢ଼ିପାରେ ବିଦ୍ୟୁତ୍ ଦର

1 min read
OPGC And OHPC In Favour Of Power Tariff Increase

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ OERCରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା OPGC ଓ OHPC ଶୁଣାଣିରେ ଭାଗନେଇ ଟାରିଫ ବୃଦ୍ଧି ପାଇଁ  ଯୁକ୍ତି ଉପସ୍ଥାପନ କରିଛନ୍ତି । OPGC ଚାରି ପଇସା ବୃଦ୍ଧି ପାଇଁ ଦାବି କରିଥିବା ବେଳେ OHPC ପାଖାପାଖି ୨ ଟଙ୍କା ୬୭ ପଇସା ଦାବି କରିଛି । ଯାହାକୁ ଦୃଢ଼ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।

OPGC And OHPC In Favour Of Power Tariff Increase

ବଢ଼ିପାରେ ବିଦ୍ୟୁତ୍‌ ଦର । ଟାରିଫ୍‌ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଲେ ଓପିଜିସି ଓ ଓଏଚ୍‌ପିସି । ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ବିଦ୍ୟୁତ ଦର ବୃଦ୍ଧି ପାଇଁ ଯୁକ୍ତି ବାଢ଼ିଛନ୍ତି । ଓଏଚ୍‌ପିସି କହିଛି- ଚଳିତବର୍ଷ ସେ ୫ ହଜାର ୬୧୯ ମିଲିଅନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ । ଏଥିଲାଗି ୫୩୫ କୋଟି ୮୪ ଲକ୍ଷ ଟଙ୍କା ଆବଶ୍ୟକ । ଏହାକୁ ଟାରିଫ୍ ଆକାରରେ ଆଦାୟ କରିବା ପାଇଁ ଓଏଚ୍‌ପିସି ଯୁକ୍ତି କରିଛି । ୟୁନିଟ୍ ପିଛା ପାଖାପାଖି ୪ ପଇସା ବୃଦ୍ଧି ପାଇଁ  ଦାବି କରିଛି ଓଏଚ୍‌ପିସି । ସେପଟେ ଓପିଜିସି ପାଖାପାଖି ୨ ଟଙ୍କା ୬୭ ପଇସା ବୃଦ୍ଧି ପାଇଁ ଦାବି କରିଛି ।

OPGC And OHPC In Favour Of Power Tariff Increase

ସେପଟେ ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ । ନିଜ ଅପାରଗତାକୁ ଲୁଚାଇ ଲୋକଙ୍କ ଉପରେ ବୋଝ ଲଦିବା ପାଇଁ ଉତ୍ପାଦନ କମ୍ପାନୀ ଉଦ୍ୟମ କରୁଛନ୍ତି । ଟାରିଫ୍ ବୃଦ୍ଧି ହେଲେ ଦୃଢ଼ ଭାବରେ ବିରୋଧ କରାଯିବ ବୋଲି ମହାସଂଘ କହିଛି ।

OPGC And OHPC In Favour Of Power Tariff Increase

ବିଦ୍ୟୁତ୍ ଦର ନେଇ ଆଜିଠାରୁ ଆରମ୍ଭ ହୋଇଥିବା ଶୁଣାଣି ୧୯ ତାରିଖ ଯାଏ ଚାଲିବ । ୨୨ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ବସିବ । ଏପ୍ରିଲ୍ ମାସରେ ନୂଆ ବିଦ୍ୟୁତ୍ ଦର ଲାଗୁ ହୋଇପାରେ । ଗତବର୍ଷ ବିଦ୍ୟୁତ୍ ଦର ୟୁନିଟ୍‌ ପିଛା ୨୦ ପଇସା ବଢ଼ିଥିଲା ।

Leave a Reply