୧୨ ଘଣ୍ଟା ପାଇଁ ବନ୍ଦ ରହିବ ଏୟାରପୋର୍ଟ

1 min read

କୋଲକାତା: ବାତ୍ୟା ବୁଲବୁଲ୍ ଏବେ ପଶ୍ଚିମବଙ୍ଗ ମୁହାଁ । ବାଲାଂଦେଶ ଓ ପଶ୍ଚିମବଙ୍ଗର ମଧ୍ୟ ଭାଗରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ବୁଲବୁଲ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କିମି ପର୍ଯ୍ୟନ୍ତ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏଥିପାଇଁ କୋଲକାତା ବିମାନ ବନ୍ଦରକୁ ଆଜି(ଶନିବାର) ସନ୍ଧ୍ୟା ୬ଟାରୁ ଆସନ୍ତାକାଲି(ରବିବାର) ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିମାନର ଉଡାଣ ଏବଂ ଅବରତଣକୁ ରଦ୍ଦ କରାଯାଇଛି । ଏହି ସମୟ ମଧ୍ୟରେ ପୁରା ଏୟାରପୋର୍ଟ ବନ୍ଦ ରହିବ । ପବନର ବେଗକୁ ଆଖି ଆଗରେ ରଖି ଏଭଳି କରାଯାଇଛି ।

https://nandighoshatv.comcyclone-bulbul-impact-in-coastal-odisha/

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ଥିବା ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସ୍କୁଲ,କଲେଜ ଓ ଅଙ୍ଗନବାଡି ସବୁକୁ ବନ୍ଦ ରଖାଯାଇଛି । ବାତ୍ୟାକୁ ନେଇ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ ବାଂଲାଦେଶରେ ୧୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ')}

Leave a Reply