ପ୍ୟାଣ୍ଟର ଜିପ୍ ଖୋଲିବା ‘ପୋକସୋ ଆକ୍ଟ’ରେ ‘ଯୗେନ ଶୋଷଣ’ ନୁହେଁ: ବମ୍ବେ ହାଇକୋର୍ଟ ଜଜ୍

1 min read

ମୁମ୍ବାଇ: ପୋକସୋ ଆକ୍ଟର ଯୌନ ଶୋଷଣ ଓ ଯୌନ ଉତ୍ପୀଡନର ପରିଭାଷା ସମ୍ପର୍କରେ ନୂଆ ତଥ୍ୟ ଦେଇଛନ୍ତି ଜଜ୍ । ଏସମ୍ପର୍କରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ଯେ ଶିଶୁଙ୍କ ସୁରକ୍ଷା ପାଇଁ ଥିବା POCSO ଆକ୍ଟର ଅଧିନିୟମ ଅନୁଯାୟୀ ଜଣେ ଝିଅର ହାତ ଧରିବା କିମ୍ବା ପ୍ୟାଣ୍ଟର ଜିପ୍ ଖୋଲିବା ଯୗେନ ଶୋଷଣର ପରିଭାଷା ହେବ ନାହିଁ।

ସିଙ୍ଗଲ୍ ବେଞ୍ଚ ସୂଚନା ଦେଇଛନ୍ତି ଯେ ଆଇପିସିର ଧାରା ୩୫୪-ଏ (୧) (i) ଅନୁଯାୟୀ ଜଣେ ଝିଅର ହାତ ଧରିବା କିମ୍ବା ପ୍ୟାଣ୍ଟର ଜିପ୍ ଖୋଲିବା ‘ଯୗେନ ଉତ୍ପୀଡ଼ନ’ ଅଧୀନରେ ଆସୁଛି। ୫୦ ବର୍ଷୀୟ ବୃଦ୍ଧ ଜଣେ ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ  ଏବଂ ଦଣ୍ଡବିଧାନର ଅପିଲରେ ଜଷ୍ଟିସ ପୁଷ୍ପା ଗଣେଡିୱାଲାଙ୍କ ସିଙ୍ଗଲ୍ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

କୋର୍ଟ ଏହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ପାଞ୍ଚ ବର୍ଷର ଦଣ୍ଡାଦେଶ ଦେଇଥିଲେ । POCSO ଆକ୍ଟର ନିୟମାନୁଯାୟୀ ୨୫ ହଜାର ଟଙ୍କା ଜୋରିମାନା ମଧ୍ୟ କରିଥିଲେ ।

ହେଲେ ଜଷ୍ଟିସ୍ ଗନେଡିଓ୍ୱାଲା ପୋକସୋ ଅଧିନିୟମର ଧାରା ୮, ୧୦ ଓ ୧୨ ଅଧିନରେ ଦାଷୀ ସାବ୍ୟସ୍ତ କରିବା ବଦଳରେ ଅଭିଯୁକ୍ତକୁ ଧାରା ୩୫୪ଏ (୧) (i) ଅଧିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯେଉଁଥିରେ ୩ ବର୍ଷର ଜେଲ୍ ଦଣ୍ଡାଦେଶ ରହିଛି । ବମ୍ବେ ହାଇକୋର୍ଟର ନାଗପୁର ପୀଠ ଏହି ମାମଲାକୁ  ଯୌନ ଶୋଷଣ ବୋଲି ପ୍ରକାଶ କରିଛନ୍ତି । ଆଉ ଏହି ମାମଲା ଧାରା ୩୫୪ଏ (୧) (i) ଅଧିନରେ ଆସୁଛି ।

କୗେଣସି ମହିଳାଙ୍କୁ ଖରାପ ଭାବେ ଛୁଇଁବା କିମ୍ବା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିବା । ଏଥିସହିତ ଅଶ୍ଳୀଳ ଇଙ୍ଗିତ, ଟିପ୍ପଣୀ କିମ୍ବା ବହି ଦେଖାଇବା ଏହି ଧାରା ୩୫୪ଏ (୧) (i) ଅଧିନରେ ସାମିଲ।

Leave a Reply