ଚୋରା ମଦ ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ, ଦିବା ଲୋକରେ ଖୁଣ୍ଟୁଣି ଜଙ୍ଗଲରେ ବେଧଡ଼କ ଚାଲିଛି ଦେଶୀ ମଦ ରନ୍ଧା

କଟକ: ଆଠଗଡ଼ ଅବକାରୀ ବିଭାଗକୁ ଚୋର ମଦ ମାଫିଆ ମାନଙ୍କର ଖୋଲା ଚ୍ୟାଲେଞ୍ଜ । ସ୍ପଷ୍ଟ ଦିବା ଲୋକରେ ବେଆଇନ ବେଧଡ଼କ ଭାବେ ଚାଲିଛି ଦେଶୀ ମଦ ରନ୍ଧା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣି ରେଞ୍ଜ ରିଜର୍ଭ ଫରେଷ୍ଟ ଜଙ୍ଗଲ ମଧ୍ୟରେ ଚାଲିଛି ଚୋରା ମଦର କୁଟୀର ଶିଳ୍ପ । ଏହାସହ ନୂଆସାହି, ଖଣ୍ଡୁଆଳି, ସରସ୍ଵତୀପୁର, କୋରଙ୍ଗା, କଅଁସର ଅଞ୍ଚଳର ଜଙ୍ଗଲରେ ମଧ୍ୟ ଦେଶୀ ମଦ କାରବାରା ଚାଲିଛି । ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ ଆଣିଥିଲେ ମଧ୍ୟ ଅଭିଯୋଗକୁ କର୍ଣ୍ଣପାତ କରୁ ନାହାଁନ୍ତି ବନ ବିଭାଗ ଓ ଅବକାରୀ ବିଭାଗ ।

ତେଣୁ ଅବକାରୀ ବିଭାଗ ଓ ମଦ ମାଫିଆ ଭିତରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ଅଭିଯୋଗ ହେଉଛି । ଜଙ୍ଗଲ ମଧ୍ୟରେ ଦିବାଲୋକରେ ମାଫିଆମାନେ ହଜାର ହଜାର ଲିଟର ଚୋରା ମଦ ପ୍ରସ୍ତୁତ କରି ରାଜ୍ୟର ଅନେକ ସ୍ଥାନକୁ ଅବାଧରେ ଚାଲାଣ ହେଉଛି । ଏ ସଂପର୍କରେ ବନ ବିଭାଗ ପାଖରେ କୌଣସି ଖବର ନଥିବା ବେଳେ ଅବକାରୀ ବିଭାଗ ସାଜିଛି ନିରବ ଦ୍ରଷ୍ଟା  । ସେପଟେ ଅଫିସରେ ମଧ୍ୟ ତାଲା ଝୁଲୁଥିବା ଦେଖିବାକୁ ମିଳିଛି  । କିନ୍ତୁ କରୋନା କଟକଣାର ବାହାନା କରି ଏଭଳି ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟ କରିଛନ୍ତି ବନବିଭିଗ ଅଧିକାରୀ ।

ଅଧିକାରୀ କହିଛନ୍ତି ଯେ ଏହା ପୂର୍ବରୁ ସେ ଅନେକ ରେଡ କରିଛଛନ୍ତି । ବହୁତ ବାଇକ ଏବଂ ମଦ ମଧ୍ୟ ଜବତ କରିଥିବା ସେ କହିଛନ୍ତି । ଗାଁ ଲୋକଙ୍କ ଅଭିଯୋଗକୁ ପୁରା ଖଣ୍ଡନ କରିଛନ୍ତି ଅଧିକାରୀ । ସେ କହିଛନ୍ତି ଯଦି ଉକ୍ତ ଗାଁର ଲୋକେ ସାହାଯ୍ୟ କରନ୍ତି ତେବେ ବନବିଭାଗ ତାଙ୍କୁ ପୁରା ସହାୟତା କରିବ ବୋଳଇ ସେ କହିଛନ୍ତି ।

Leave a Reply