BREAKING NEWS
ରାଜଧାନୀରେ ରାଲି, ଧାରଣା ଓ ବିକ୍ଷୋଭ ମନା ।ଏଭଳି ଘଟଣା ନଜରକୁ ଆସିଲେ ହେବ ତୁରନ୍ତ ଓ ତ୍ୱରିତ ଆକ୍ସନ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବିକ୍ଷୋଭ, ରାଲି କିମ୍ବା ଆନ୍ଦୋଳନ କରିବାକୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାରଣ କରାଯାଇଛି ।ବୁର୍ଲା ଭିସୁଟରୁ ୪ କର୍ମଚାରୀ କରୋନା ପଜିଟିଭ ବାହାରିବା ଘଟଣା । ଆସନ୍ତା ୧୧ ଯାଏଁ ବୁର୍ଲା ଭିସୁଟ ବନ୍ଦ । କର୍ମଚାରୀଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ,ଏପଟେ ରବିବାର ସଟଡାଉନରେ ରହିବ ସମ୍ବଲପୁର ଜିଲ୍ଲା ।ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ପାରାଦୀପ ବନ୍ଦର… ଚଳିତ ଆର୍ଥିକ ବର୍ଷର ମାତ୍ର ୩ ମାସରେ ରେକର୍ଡ… ୨୫.୭୩ ମିଲିୟନ ମେଟ୍ରିକ ଟନ୍ କାରବାର… ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।ମହାକାଶରେ ହେବ ମହାମିଳନ…ଏକାଠି ହେବେ ୮ ଗ୍ରହ ସହ ପ୍ଲୁଟୋ… ସାରା ବିଶ୍ୱ ଦେଖିବ ପୂର୍ଣ୍ଣ ଗ୍ରହ ସଂରଚନା… ଜ୍ୟୋତିର୍ବିଦଙ୍କ ଗଣନା, ପ୍ରଭାବିତ ହେବ ପାଣିପାଗ ଓ ଜୀବଜଗତ ।ପରୀକ୍ଷାରେ ବ୍ରେକ ଲଗାଇଲା କରୋନା… ଘୁଞ୍ଚିଲା ଜେଇଇ ମେନ ଓ ଆଡଭାନ୍ସ ପରୀକ୍ଷା… ସେପଟେ ଜୁଲାଇ ୩୧ ଯାଏଁ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ଘୋଷଣା ।ଆଜି ଅନଲକ ଇଣ୍ଡିଆ ପାର୍ଟ ୨… ରାଜ୍ୟର ୧୬ ଜିଲ୍ଲାରେ ଶନି-ରବି ସଟଡାଉନ୍ । ସେପଟେ ଏ ସପ୍ତାହରେ ସଟଡାଉନରେ ରହିବନି ପୁରୀ ସହର… ଘର ଘର ବୁଲି ଯାଞ୍ଚ କରିବ ଟିମ୍ ।ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି… ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ୩୨ଟି ପିଲାରେ ଗୋଟେ ଗ୍ରୁପ୍, ସପ୍ତାହରେ ତିନି ଦିନ କ୍ଲାସ୍ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା । ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।ଦେଶରେ ୬ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା… ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ପଜିଟିଭ, ୪୩୪ ମୃତ୍ୟୁ

ସାମାଜିକ ଦୂରତା ନିୟମ ନମାନି ଫାଇନ୍ ଦେଲେ,ନିଜ ଦୋଷ ଓଡ଼ିଆଙ୍କ ଉପରେ ଲଦିଲେ !

ଭୁବନେଶ୍ୱର: ତଣ୍ଡ ଗଣିଲେ କଂଗ୍ରେସ ନେତା । ସାମାଜିକ ଦୂରତା ନିୟମ ଭାଙ୍ଗି ଫାଇନ୍‌ ଦେଲେ ରାଜ୍ୟ କଂଗ୍ରେସ ମୁଖିଆଙ୍କ ସମେତ ଅନେକ ନେତା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ପାଇଁ କଂଗ୍ରେସ୍‌ ନେତା ଏକାଠି ହୋଇଥିଲେ । ଏହି ସମୟରେ ସେମାନେ ସରକାରଙ୍କ  ଭୁଲ୍‌ ବଖାଣିବାକୁ ଏକାଠି ହୋଇଥିଲେ, କିନ୍ତୁ ନିଜେ ଭୁଲ୍‌ କରିଥିଲେ । ଯେଉଁଥିପାଇଁ କଂଗ୍ରେସକୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । କରୋନା ମୁକାବିଲାର ସବୁଠୁ ବଡ ଅସ୍ତ୍ର ବୋଲି ଯାହାକୁ କୁହାଯାଉଛି ତାକୁ ହିଁ ରାଜ୍ୟ କଂଗ୍ରେସ ନେତା ଓ କର୍ମୀ ଭୁଲି ଯାଇଥିଲେ । ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ କଂଗ୍ରେସ ନେତା ଓ କର୍ମୀ । କାହା ମୁହଁରେ ମାସ୍କ ନଥିଲା ତ’ କାହା ମୁହଁରେ ଥିବା ମାସ୍କ ନାକ ତଳକୁ ଖସି ଯାଇଥିଲା । ଆଉ ଯେଉଁମାନେ ମାସ୍କ ପିନ୍ଧିଥିଲେ ସେମାନେ ଦୁଇ ଗଜ ଦୂରତକୁ ଭୁଲି ଯାଇଥିଲେ । ଏକାଠି ଖୁନ୍ଦାଖୁନ୍ଦି ହୋଇ ଏମିତି ବସିଥିଲେ ଯେମିତି କରୋନା ବୋଲି କିଛି ନାହିଁ । କିମ୍ବା ଦେଖିବା ଲୋକଙ୍କ ଭ୍ରମ ହେଉଥିଲା ଯେ, କରୋନା କୁଆଡେ ଚାଲିଗଲାଣି ।

Congress କଂଗ୍ରେସ ନେତା ସାମାଜିକ ଦୂରତା ନିୟମ ଭାଙ୍ଗିବା ବହୁତ ମହଙ୍ଗା ପଡିନଥିଲେ ବି ଫାଇନ୍ ଦେବାକୁ ପଡିଛି । ସାମାଜିକ ଦୂରତା ନିୟମ ଭାଙ୍ଗି ଏକାଠିି ହୋଇଥିବାରୁ ସମସ୍ତଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି । ଆଉ ଏହି ତଣ୍ଡ ଗଣିବା ନେତାଙ୍କ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସାମିଲ ଅଛନ୍ତି । ପ୍ରତ୍ୟେକ ନେତା ୫୦୦ ଟଙ୍କା ଲେଖାଏଁ ଫାଇନ୍‌ ଗଣିଛନ୍ତି ।

Congress

ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି । ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନିୟମ ବଜାୟ ରଖିବାରେ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି ଆଦି ଅଭିଯୋଗ ଆଣିଥିଲା କଂଗ୍ରେସ । ହେଲେ ସେହି ସମାନ ଭୁଲ୍‌ ପାଇଁ କଂଗ୍ରେସକୁ ଅପଦସ୍ତ ହେବାକୁ ପଡ଼ିଛି । ସୋସିଆଲ ମିଡିଆରେ ମଧ୍ୟ କଂଗ୍ରେସର ଏହି ଭୁଲ୍‌ ପାଇଁ ଅନେକ ଟ୍ରୋଲ୍‌ କରାଯାଉଛି ।

Congress

ଅନ୍ୟପଟେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ସାମାଜିକ ଦୂରତା ନିୟମ ମାନିବା ସମ୍ଭବ ନୁହେଁ । ନିଶିକାନ୍ତଙ୍କ ଏଭଳି ମନ୍ତବ୍ୟ କଂଗ୍ରେସକୁ ସମାଲୋଚନା କରିବା ପାଇଁ ଆହୁରି ଅଧିକ ଖୋରାକ୍‌ ଯୋଗାଇଛି । କଂଗ୍ରେସ ନିଜ ଦୋଷ ଘୋଡ଼ାଇବାକୁ ଯାଇ ଏଭଳି ବାହାନା କରୁଛି ବୋଲି ବିଭିନ୍ନ ମହଲରେ କୁହାଯାଇଛି ।

Congress

ତେବେ ଏହି ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ପୁଣି ଥରେ ସେହି ପୁରୁଣା ଅଭିଯୋଗ ମାସ୍କ ଦୁର୍ନୀତି କଥା ମଧ୍ୟ ଦୋହରାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More