ମହଙ୍ଗା ପଡ଼ିଲା ଫେସବୁକରେ ପ୍ରେମ ନିବେଦନ, ଯୁବକଙ୍କୁ ଖୁବ୍ ଛେଚିଲେ ମହିଳା ଓ ସମ୍ପର୍କୀୟ

Online Facebook Love Request, Woman Beaten Youth On Mid Road

ଭଦ୍ରକ/ଭୁବନେଶ୍ୱର: ପ୍ରଥମେ ବନ୍ଧୁତା, ପରେ ପ୍ରେମ ନିବେଦନ । ହେଲେ ଏହା ମହଙ୍ଗା ପଡ଼ିଛି । ମହିଳାଙ୍କଠାରୁ ନିର୍ଧୁମ ମାଡ଼ ଖାଇଛନ୍ତି ଯୁବକ । ଭଦ୍ରକ ବନ୍ତ ଛକର ଏହି ଘଟଣାରେ ପୋଲିସ ମହିଳାଙ୍କ ୨ ସମ୍ପର୍କୀୟଙ୍କୁ ଗିରଫ କରିଛି । ଏପଟେ ରାଜଧାନୀରେ ମାତିଛନ୍ତି ଲେଡି ବ୍ଲାକ୍‌ ମେଲର୍‌ । ସମ୍ପର୍କ ବଢ଼ାଇବା ପରେ ଘରକୁ ଡାକି ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି । ଜଣେ ଯୁବ ଇଞ୍ଜିନିୟର ଫସିବା ପରେ ଅନ୍ୟ ଉପାୟ ନପାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Online Facebook Love Request, Woman Beaten Youth On Mid Road

ଫେସ୍‌ବୁକ୍‌ରେ ମହିଳାଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ୍ ଛେଚା ଖାଇଛନ୍ତି ଯୁବକ । ଘୋଷାଡ଼ି ଘୋଷାଡ଼ି ବାଡ଼େଇଛନ୍ତି ମହିଳା ଓ ସମ୍ପର୍କୀୟ । ଏ ଦୃଶ୍ୟ ହେଉଛି ଭଦ୍ରକ ବନ୍ତ ଛକର । ବାଲେଶ୍ୱର ଖଇରା ଅଞ୍ଚଳର ଯୁବକ ଜଣଙ୍କ ସମ୍ବଲପୁରରେ ରହୁଥିବା ବନ୍ତ ଅଞ୍ଚଳର ଜଣେ ମହିଳାଙ୍କୁ ଫେସ୍‌ବୁକରେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ । ମହିଳା ଜଣଙ୍କ ଅତିଷ୍ଠ ହୋଇ ପରିବାରକୁ ଜଣାଇଥିଲେ । କୌଶଳ କ୍ରମେ ସମ୍ପୃକ୍ତ ଯୁବକଙ୍କୁ ବନ୍ତ ଛକକୁ ଡକାଇ ମାଡ଼ ମାରିଥିଲେ ମହିଳା । ଘଟଣାରେ ପୋଲିସ ମହିଳାଙ୍କ ୨ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Online Facebook Love Request, Woman Beaten Youth On Mid Road

ଅନ୍ୟପଟେ ରାଜଧାନୀରେ ଲୁଟ୍ ପାଇଁ ମହିଳାଙ୍କ ଅଜବ ଅନ୍ଦାଜ । ବନ୍ଧୁତ୍ୱ ପରେ କରୁଥିଲେ ବ୍ଲାକ୍‌ମେଲ୍‌ । ସହଯୋଗୀଙ୍କ ସହ ମିଶି ଯୁବକମାନଙ୍କୁ ଫସାଉଥିଲେ । ପ୍ରଥମେ ଫେସବୁକ୍‌, ପରେ ଚାଟିଂ ଓ ମିଠାମିଠା କଥା କହି କରୁଥିଲେ ବନ୍ଧୁତା । ପରେ ବନ୍ଧୁଙ୍କୁ ଘରକୁ ଡାକି, ଆଣୁଥିଲେ ଦୁଷ୍କର୍ମ ଅଭିଯୋଗ । ଏହି ଲେଡି ବ୍ଲାକ୍‌ମେଲ୍‌ର ଫାଶରେ ପଡ଼ିଛନ୍ତି ଭୁବେନଶ୍ୱରରେ ଜଣେ ଆଇଟି ଇଞ୍ଜିନିୟର । ଏନେଇ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବକ । ପୋଲିସ ମାମଲା ରୁଜୁ ନକରିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଘଟଣାର ଶୀଘ୍ର ତଦନ୍ତ କରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave a Reply