ଦଶହରା ପରେ ୧୦୦ ଛୁଇଁପାରେ ପିଆଜ ଦର: ଜାଣନ୍ତୁ କାହିଁକି

ପୁଣେ: ଦଶହରା ପରେ ପିଆଜ ଦର କିଲୋପ୍ରତି ୧୦୦ ଟଙ୍କା ହୋଇପାରେ । ବର୍ତ୍ତମାନ ସମୟରେ ନୂଆ ପିଆଜ ଅମଳ ଯୋଗ୍ୟ ହୋଇନାହିଁ ଏବଂ ପୁରୁଣା ଷ୍ଟକ୍ ସରିଆସିଲାଣି । ଏହି କାରଣରୁ ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ନାସିକର ଲାସଲଗାଁରେ ପିଆଜର ଦର ପ୍ରତି କ୍ୱିଣ୍ଟାଲ ପିଛା ୭ ହଜାର ୮୦୦ରେ ପହଞ୍ଚିଛି । ଯଦି ଏହି ପିଆଜ ଦିଲ୍ଲୀ ଆସେ ଏହା ଉପରେ କିଲୋ ପ୍ରତି ୫ରୁ ୬ ଟଙ୍କାର ଭଡ଼ା ଲାଗିବ । ଅର୍ଥାତ ହୋଲସେଲର ନିକଟକୁ ପିଆଜ ଦର କିଲୋପ୍ରତି ୮୪ ଟଙ୍କା ହିସାବରେ ପହଞ୍ଚିବ । ଏବଂ ରିଟେଲରେ ଏହି ଦର ୧୦୦ ଅତିକ୍ରମଣ କରିପାରେ ।

Onion export banned by govt to curb price hike - India Ahead News

ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ଲାସଲଗାଁ ଏପିଏମ୍‌ସି ରେ କାଲି ପିଆଜର ଦର କ୍ୱିଣ୍ଟାଲ ପିଛା ୭୧୦୦ ରହିଥିଲା । ସେଠାରେ ସବୁଠାରୁ ଖରାପ କ୍ୱାଲିଟର ପିଆଜ ୧ କ୍ୱିଣ୍ଟାଲ ୧୯୦୧ ଦରରେ ବିକ୍ରି ହୋଇଥିଲା । ତେବେ ସବୁଠାରୁ ଭଲ ରକମର ପିଆଜ ୭ହଜାର ୮୦୦ ଦରରେ ବିକ୍ରି ହୋଇଥିଲା । ଏଥିସହିତ ପିଆଜ ଦର ଗତ ୧୦ ମାସର ଶୀର୍ଷତମ ସ୍ଥାନରେ ପହଞ୍ଚିଛି ।

Wholesale onion prices soar at Lasalgaon in Maharashtra - YouTube

ପିଆଜ ବ୍ୟବସାୟୀଙ୍କ କହିବାନୁଯାୟୀ, ନାସିକରୁ ଦିଲ୍ଲୀ ଯାଏଁ ଯଦି ପିଆଜକୁ ଟ୍ରକ ମାଧ୍ୟମରେ ନିଆଯାଏ, ତା’ହେଲେ ପିଆଜ ପ୍ରତି କିଲୋ ୫ରୁ ୬ ଟଙ୍କା ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ନାସିକରୁ କେହିଁ ୭୮ ଟଙ୍କା ଦରରେ ପିଆଜ ନିଅନ୍ତି ତାହାର ଦର ହୋଲସେଲରଙ୍କ ନିକଟରେ ପହଞ୍ଚୁ ପହଞ୍ଚୁ ୮୪ ଟଙ୍କା ହୋଇଯିବ । ଏହା ଉପରେ କିଛି ମାର୍ଜିନ ରଖି ଏହାକୁ ପୁଣି ହୋଲସେଲର ବିକ୍ରି କରିବେ । ଏଣୁ ଖାଉଟିକୁ କିଣିଲା ବେଳକୁ ଦର ହାରାହାରି ଶହେ ଟଙ୍କା ପଡ଼ିପାରେ ।

ଉପ ନିର୍ବାଚନ ପୂର୍ବରୁ ଜ୍ୟୋତିରାଦିତ୍ୟ କ୍ୟାମ୍ପର ୨ ମନ୍ତ୍ରୀଙ୍କ ଇସ୍ତଫା

ଆସନ୍ତା ମାସରେ ଆସିବ ନୂଆ ଫସଲ

କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଅଧିକାରୀଙ୍କ କହିବା ହେଲା ଯେ, ମହାରାଷ୍ଟ୍ରରେ ଖରିଫ୍ ଋତୁରେ ଅମଳ ହୋଇଥିବା ପିଆଜ ଏଯାଏଁ ବଜାରକୁ ଆସିଯାଇଥାନ୍ତା । କିନ୍ତୁ ବିଳମ୍ୱରେ ଚାଷ କରାଯାଇଥିବାରୁ ଆସନ୍ତା ମାସ ମଝି ଆଡ଼କୁ ଫସଲ ଅମଳ ହୋଇପାରିବ । ମଧ୍ୟପ୍ରଦେଶରେ ମଧ୍ୟ ସମାନ ସ୍ଥିତି ରହିଛି । ସେଠାରେ ଆହୁରୀ ୧୫ ଦିନ ବିଳମ୍ୱ ହୋଇପାରେ । ଏଭଳି ପରିସ୍ଥିତିରେ ଓଡ଼ିଶା ମଧ୍ୟ ପିଆଜ ନେଇ ନାସିକ ବଜାର ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟରେ ମଧ୍ୟ ପିଆଜ ଦର ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି ।

Leave a Reply