ବଢ଼ିଲା ପିଆଜ ଦର: ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: ଆଉ ଦେଶ ବାହାରକୁ ଯିବନି ପିଆଜ । ଦେଶରେ ବଢିଚାଲିଥିବା ପିଆଜ ଦରକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଉ ଦେଶ ବାହାରକୁ ରପ୍ତାନୀ ହେବନାହିଁ ପିଆଜ । ବୈଦେଶିକ ବାଣିଜ୍ୟ ନୀତି 2015-20ରେ ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ । ବର୍ଷା ଯୋଗୁଁ ଏଥର ପିଆଜ ଚାଷରେ ବାଧାପ୍ତାପ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଉତ୍ପାଦନ ହ୍ରାସ ପାଇଛି । ଏଣୁ ଆଗାମୀ ଦିନରେ ଯେଭଳି ପିଆଜର ଅଭାବୀ ଦେଶରେ ଦେଖାନଯାଏ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Nashik News Onion Worths Rs One Lakh Stone From Farmer's Store

ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ରର ଲାସାଲଗାଁ ହୋଲସେଲ୍ ମାର୍କେଟରେ ପିଆଜ ଦର କିଲୋ ପ୍ରତି ୩୦ ଟଙ୍କା ଅତିକ୍ରମ ହୋଇଛି । ଏହା ପରେ ପିଆଜର ବିଦେଶ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ଗତ ମେ’ ମାସ ଠାରୁ ନାସିକ ଜିଲ୍ଲାର ଲାସାଲଗାଁ ହୋଲସେଲ୍ ମାର୍କେଟରେ ପିଆଜ ଦର ବଢ଼ିଆସିଛି । ଏଥିସହିତ ଅଗଷ୍ଟ ମାସର ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଟାଟକାରେ ପିଆଜ ଅମଳ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳିକି ଗଚ୍ଛିତ ପିଆଜ ଉପରେ ମଧ୍ୟ ବଡ଼ ଧରଣର ପ୍ରଭାବ ପକାଇଥିବା କହିଛନ୍ତି ଜଣେ ବ୍ୟବସାୟୀ । ଯାହାର ପ୍ରଭାବ ସେପ୍ଟେମ୍ୱରେ ବଜାରରେ ଦେଖିବାକୁ ମିଳିବ । ବର୍ତ୍ତମାନ ସମୟରେ କେବଳ ମହାରାଷ୍ଟ୍ର ବଜାରେ ପିଆଜ ଗଚ୍ଛିତ ରହିଛି । ଏଣୁ ନଭେମ୍ୱର ମାସରେ ବଜାରକୁ ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଦର ବଢ଼ିପାରେ ।

Leave a Reply