ପିଆଜ ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ପୁଣି ବଢିଲା ପିଆଜ ଦର । କିଛି ଦିନ ଭିତରେ ପିଆଜ ବଜାରରେ ନିଆଁ । ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ଖାଉଟିଙ୍କୁ କନ୍ଦାଇଛି ପିଆଜ ଦର । ଏବେ ହଠାତ୍ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଟପିଯାଇଛି । କିଛି ଦିନ ପୂର୍ବରୁ ପିଆଜର ଖୁଚୁରା ଦର କେଜି ପ୍ରତି ୩୫ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଡେଇଁଛି ।

ତେବେ ଆଗକୁ ଜଦି ଏମିତି ପରିସ୍ଥିତି ଲାଗି ରହିବ ଆଗକୁ ଦର ଆହୁରି ବଢିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ପାଇକାରୀ ମୂଲ୍ୟ ମଧ୍ୟ କ୍ୱିଣ୍ଟାଲ ପିଛା ୨୫ଶହ ଟଙ୍କାରୁ ବଢି ୩ରୁ ୪ ହଜାର ଛୁଇଁଛି । ସୂଚନା ଅନୁସାରେ ସବୁଠାରୁ ଅଧିକ ପିଆଜ ଉତ୍ପାଦନ ହେଉଥିବା ନାସିକରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି । ଦିର୍ଘଦିନ ଧରି ବର୍ଷା କାରଣରୁ ନାସିକେର ଚାଷ ଜମି ନଷ୍ଟ ହୋଇଯାଇଛି । କେବଳ ସେତିକି ନୁହେଁ ନାସିକରେ ବର୍ଷା ପାଇଁ ଶହ ଶହ ଏକର ପିଆଜ ଚାଷ ବାଧାପ୍ରାପ୍ତ ହୋଇଛି ।

ଫଳରେ ନାସିକରୁ ଜଥେଷ୍ଟ ପରିମାଣରେ ପିଆଜ ରପ୍ତାନି କରାଯାଇ ପାରୁ ନାହିଁ । ତେଣୁ ବଜାରରେ ପିଆଜର ଅଭାବ ଦେଖା ଦେଇଛି । ଫଳରେ ବ୍ୟବସାୟୀମାନେ ଚଢା ଦରରେ ପିଆଜ ବିକିବାକୁ ବାଧ୍ୟ ଦେଉଛନ୍ତି । ଯେପର୍ଯ୍ୟନ୍ତ ନାସିକୁ ଠିକ୍ ପରିମାଣରେ ପିଆଜ ରପ୍ତାନି ହୋଇନାହିଁ ସେ ପର୍ଯ୍ୟନ୍ତ ଏମତି ପରିସ୍ଥିତି ଲାଗି ରହିବ ବୋଲି ପିଆଜ ବ୍ୟବସାୟୀମାନେ କହିଛନ୍ତି ।

Leave a Reply