ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…

ଚାରିଆଡ଼େ କରୋନା ଭୟ । ନିଆଁ ଭଳି ବ୍ୟାପୁଥିବା ଏହି କରୋନା ଭାଇରସ ପାଇଁ ସମସ୍ତେ ସଜାଗ । କାରଣ ଜଣେ ସଂକ୍ରମିତ ଲୋକ ଏକାଥରକେ ୫୯ହଜାର ଲୋକଙ୍କୁ ସଂକ୍ରମଣ କରିପାରିବ । ଇଂଲଣ୍ଡର ସଂକ୍ରମଣ ବିଶେଷଜ୍ଞ ହୁ ମଣ୍ଟୋଗୋମରି ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଏକାସାଙ୍ଗରେ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବ । ଏବଂଏହା ଏକ ଅତ୍ୟଧିକ ସଂକ୍ରାମକ ଭୂତାଣୁ ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତି  କିପରି ହଜାର ହଜାର ଲୋକଙ୍କ ମଧ୍ୟରେ ଏହି ଭୂତାଣୁକୁ ବିସ୍ତାର କରି ପାରିବେ ତାହାକୁ  ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଏହି ଡାକ୍ତର । ସେ ସାମାଜିକ ଦୂରତାକୁ କଠୋରତାର ସହ ଅନୁସରଣ କରିବାକୁ କହିଛନ୍ତି ।

ସେ କହିଛନ୍ତି ଯେ,ଜଣେ ସାଧାରଣ ଫ୍ଲୁ ସଂକ୍ରମିତ ବ୍ୟକ୍ତି ସେମାନେ ହାରାହାରି ୧.୩ ରୁ ୧.୪ ଲୋକଙ୍କୁ ସଂକ୍ରମିତ କରନ୍ତି । ଫ୍ଲୁ  ସଂକ୍ରମଣ ସମୟରେ ପରବର୍ତ୍ତୀ ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରନ୍ତି ଏବଂ ଯଦି ୧୦ ଥର ସଂକ୍ରମଣ ଚକ୍ର ଜାରି ରହେ, ତେବେ ୧୪ଟି ସଂକ୍ରମଣ ହେବ।

କେବଳ ସେତିକି ନୁହେଁ ମଣ୍ଟୋଗୋମରି ଫ୍ଲୁ ସହିତ କରୋନା ଭୂତାଣୁକୁ ତୁଳନା କରିଥିଲେ ଏବଂ  ବିପଦ ବିଷୟରେ ଚେତାବନୀ ଦେଇ କହିିଛନ୍ତି ଯେ, କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ଠାରୁ ହାରାହାରି ୩ଜଣ ବ୍ୟକ୍ତିଙ୍କୁ ବ୍ୟାପିଥାଏ।

କରୋନା ଭୂତାଣୁ ସଂକ୍ରମଣ ଏକରୁ ତିନି ପର୍ଯ୍ୟନ୍ତ ହୋଇପାରେ ଏବଂ ଯଦି ଏହା ୧୦ଟି ସ୍ତରରେ ଅଗ୍ରଗତି ହୁଏ, ତେବେ ୫୯,୦୦୦ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ଉଦାହରଣ ସ୍ୱରୂପ, ୧ ରୁ ୩, ୩ ରୁ ୯, ୯ ରୁ ୨୭, ୨୭ ରୁ ୮୧, ୮୧ ରୁ ୨୪୩, ୨୪୩ ରୁ ୭୨୯, ୭୨୯ ରୁ ୨୧୮୭, ୨୧୮୭ ରୁ ୬୫୬୧, ୬୫୬୧ ରୁ ୧୯୬୮୩, ୧୯୬୮୩ ରୁ ୫୯,୦୪୯ ଲୋକ ।

ତେବେ ସେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ମାତ୍ର ଅଳ୍ପ ପ୍ରତିଶତ ଲୋକ ଅସୁସ୍ଥ ହେବେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଇସିୟୁରେ ରଖିବାକୁ ପଡ଼ିବ । ଅବଶ୍ୟ, ଯେଉଁମାନେ ଅସୁସ୍ଥ ନ ହୁଅନ୍ତି ସେମାନେ ମଧ୍ୟ ସଂକ୍ରମିତ ହୋଇ ଅନ୍ୟମାନଙ୍କ ମଧ୍ୟରେ ଭୁତାଣୁ ବିସ୍ତାର କରିବେ।

ତେବେ ବର୍ତ୍ତମାନ ସୁଧା ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢୁଛି। ଏଥି ସହିତ, ଏପର୍ଯ୍ୟନ୍ତ ଭାରତରେ ୫୮୭ ଟି କରୋନା ସଂକ୍ରମିତ ମାମଲା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ସୁସ୍ଥ ହୋଇଛନ୍ତି ।

Leave a Reply