ନିକିତା ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ତୈସିଫକୁ ଦେଇଥିଲା ବନ୍ଧୁକ

ଫରିଦାବାଦ: ଫରିଦାବାଦର ବଲ୍ଲଭଗଡ ହତ୍ୟାକାଣ୍ଡ । ବିଚରାସ୍ତାରେ ନିକିତାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଦିନ ଦିପହରେ କରାଯାଇଥିବା ଏହି ହତ୍ୟାକାଣ୍ଡ ସିସିଟିଭିରେ ରେକର୍ଡ ହୋଇଥିଲା । ଦିନ ଦିପହରେ ଜଣେ ଯୁବତୀଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଫରିଦାବାଦର ନିକିତା ତୋମାର ହତ୍ୟା ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଅଜୁରୁକୁ ଗିରଫ କରାଯାଇଛି। ଅଜୁରୁ ହିଁ ମୁଖ୍ୟ ଅଭିଯୁକ୍ତ ତୈସିଫକୁ ବନ୍ଧୁକ ଦେଇଥିଲା । ଅନେକ ସ୍ଥାନରେ ଚଢାଉ କରିବା ପରେ ନୁହ ଜିଲ୍ଲାରୁ ଅଜୁରୁକୁ ଗିରଫ କରାଯାଇଛି । ଏଥି ସହ ଏହି ଘଟଣାରେ ବ୍ୟବହୃତ କାରର ମାଲିକକୁ ମଧ୍ୟ ପଚରାଉଚରା କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନ ପ୍ରାୟ ୪:୩୦ଟା ସମୟରେ ବଲ୍ଲଭଗଡରେ ଅଗ୍ରୱାଲ କଲେଜ ବାହାରେ ନିକିତା ତୋମାରଙ୍କୁ ହତ୍ୟା କରାଯାଇଥିଲା । ନିକିତା +୩ ଶେଷ ବର୍ଷର ଛାତ୍ରୀ ଥିଲେ । ମୁଖ୍ୟ ଅଭିଯୁକ୍ତ ତୈସିଫ ଏବଂ ତାଙ୍କ ସହଯୋଗୀ ରେହାନ ପ୍ରଥମେ ନିକିତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଏବଂ ବିଫଳ ହୋଇଥିବାରୁ ନିକିତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଘଟଣାର କିଛି ଘଣ୍ଟା ପରେ ପୋଲିସ ତୈସିଫ ଓ ରେହାନକୁ ଗିରଫ କରିଥିଲା । ପୋଲିସକୁ ଏଯାଏଁ ଅଭିଯୁକ୍ତ ତୈସିଫର ମୋବାଇଲ ଫୋନ୍ ମିଳିନାହିଁ । ପୋଲିସ ଅନୁସାରେ, ଏହି ଅପରାଧ କରିବା ପରେ ତୈସିଫ ନିଜ ଫୋନ ଭାଙ୍ଗି ଫିଙ୍ଗି ଦେଇଥିବା ସୂଚନା ମିଳିଛି । ବର୍ତ୍ତମାନ ଏସଆଇଟିର ଟିମ୍ ସେହି ସ୍ଥାନରେ ରହି ତଦନ୍ତ କରୁଛନ୍ତି ।

Leave a Reply