ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ନରସିଂହପୁର: ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ । କରୋନାରେ ଲୋକଙ୍କ ସହାୟତା କରୁଥିବା ଯୋଦ୍ଧା ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନାର ଏଏସଆଇ ମୋହନ କାର୍ଜି । ନରସିଂହପୁର ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ମଦନ ମୋହନ କାର୍ଜି କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଏସଡିପିଓ ଆଲୋକ ରଞ୍ଜନ ରାୟ ।

ସୂଚନା ଅନୁସାରେ, ଏଏସଆଇ ମଦନ ମୋହନ କାର୍ଜିଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଥିଲା । ତେଣୁ ସେ ସେପ୍ଟେମ୍ବର ୨୨ରେ କାନପୁର ଥାନା ଅନ୍ତର୍ଗତ ଅଢେଇଗୁଣ୍ଡି ଠାରେ ସ୍ୱାବ ଟେଷ୍ଟ କରିଥିଲେ । ଏହାର ରିପୋର୍ଟ ପଜିଟିଭ ଆସିଥିଲା । ତେଣୁ ତାଙ୍କୁ କଟକରେ ଥିବା ସୃଷ୍ଟି ଘରୋଇ ହସ୍ପିଟାଲର କୋଭିଡ କେଆରରେ ଭର୍ତ୍ତି କରାଯାଇଥିଲା ।

କିଛି ଦିନ ହସ୍ପିଟାଲରେ ରହିବାପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କିଛି ସୁଧାର ଆସି ନଥିଲା ଏବଂ  ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏଏସଆଇ ମଦନ ମୋହନ କାର୍ଜିଙ୍କ ଘର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଡ଼ ଦେଉଳି ଗାଁରେ ବୋଲି ଜଣାପଡିଛି ।

Leave a Reply