ଅନଲାଇନରେ ପାଠପଢ଼ା ପାଇଁ ୧୨ଟି ନୂଆ ଚ୍ୟାନେଲ୍

1 min read

ନୂଆଦିଲ୍ଲୀ: ଲକଡାଉନରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଆତ୍ମନିର୍ଭର ଭାରତ ପ୍ୟାକଜେର ବଡ଼ ଘୋଷଣା କରିଛନ୍ତି ନିର୍ମଳା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପ୍ରକାରେ ପାଠପଢ଼ା ପାଇଁ ଅନଲାଇନ୍ ଶିକ୍ଷାର ଗୁରୁତ୍ୱ ବଢ଼ିଛି । ସ୍ୱୟଂପ୍ରଭା ଡିଟିଏଚ୍ ଚ୍ୟାନେଲରେ ୧୨ଟି ନୂଆ ଚ୍ୟାନେଲ୍ ଯୋଡ଼ାଯିବ । ଏଥିରେ ଲାଇଭ୍ ଇଣ୍ଟରଆକ୍ଟିଭ୍ ଚ୍ୟାନେଲ୍ ଯୋଡ଼ିବା ପାଇଁ କାମ ଚାଲିଛି । ରାଜ୍ୟ ଗୁଡ଼ିକ ୪ ଘଣ୍ଟାର ପାଠ୍ୟକ୍ରମ ଦେବେ । ଯାହାକୁ ଚ୍ୟାନେଲରେ ଲାଇଭ୍ ଦେଖାଦେବ ।

ଗୋଟିଏ କ୍ଲାସ୍, ଗୋଟିଏ ଚ୍ୟାନେଲ୍

ସରକାର ଅନଲାଇନ୍ ଶିକ୍ଷା ଉପରେ ନଜର ରଖିଛନ୍ତି । ପ୍ରଥମ ଶ୍ରେଣୀରୁ ନେଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ନୂଆ ଚ୍ୟାନେଲ୍ ଆରମ୍ଭ ହେବ । ଅର୍ଥାତ୍ ପ୍ରତି ଶ୍ରେଣୀ ପିଛା ଗୋଟିଏ ଚ୍ୟାନେଲ ରହିବ । ପିଲାଙ୍କ ମନୋବିଜ୍ଞାନ ସୁସ୍ଥ ରଖିବା ପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଭାବେ ଇ-କଣ୍ଟେଟ ଅଣାଯିବ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

Leave a Reply