କେରଳ: ଗର୍ଭବତୀ ହାତୀ ହତ୍ୟା ମାମଲା, ଜଣେ ସନ୍ଦିଗ୍ଧ ଗିରଫ

1 min read

ପଲକ୍କଡ: କେରଳର ପଲକ୍କଡ ଜିଲ୍ଲାର ଗର୍ଭବତୀ ହାତୀ ହତ୍ୟା ମାମଲାରେ ପୋଲିସ ଜଣକୁ ଗିରଫ କରିଛି । ଏହାପୂର୍ବରୁ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରିଥିଲା । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
କେରଳ ଜଙ୍ଗଲ ମନ୍ତ୍ରୀ କେ ରାଜୁ କହିଛନ୍ତି ଯେ, ଗର୍ଭବତୀ ହାତୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପି ବିଜୟନ କହିଛନ୍ତି ଯେ, ମାମଲାର ତଦନ୍ତ କରୁଥିବା ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଆଇନ ଦୋଷୀଙ୍କୁ ଦଣ୍ଡିତ କରିବ । ଏହା ସହ ସେ ଏହି ମାମଲା ଆଳରେ କେରଳର ଛବି ଖରାପ କରିବା ପାଇଁ କିଛି କେନ୍ଦ୍ର ମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ।

ହାତୀ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଆକ୍ରୋଶ
କେରଳରେ ଗର୍ଭବତୀ ହାତୀ ହତ୍ୟାକୁ ନେଇ ଦେଶବ୍ୟାପି ଆକ୍ରୋଶ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ମଧ୍ୟ ଏହି ମାମଲାରେ ରାଜ୍ୟକୁ ରିପୋର୍ଟ ମାଗିଛନ୍ତି । କିଛି ଦିନ ତଳେ ଖାଦ୍ୟ ସନ୍ଧାନରେ ଜନବସତିକୁ ଆସିଥିବା ଗୋଟିଏ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଦେଇ ହତ୍ୟା କରାଯାଇଥିଲା । ହାତୀଟି ଏହି ସପୁରୀ ଖାଇବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା । ଫଳରେ ତା’ ଦାନ୍ତ ଓ ମୁହଁରେ ଗମ୍ଭୀର ଆଘାତ ହୋଇଥିଲା । ହାତୀଟି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଗୋଟିଏ ପୋଖରୀ ମଧ୍ୟକୁ ପ୍ରବେଶ କରିଥିଲା । ସେଠାରେ ତିନି ଦିନ ରହିବା ପରେ ପାଣି ଭିତରେ ହିଁ ତାର ମୃତ୍ୟୁ ହୋଇଥିଲା ।

ଗର୍ଭବତୀ ହାତୀର ହତ୍ୟାକରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି

Leave a Reply