କେନ୍ଦ୍ରାପଡ଼ାରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ: ରାଜ୍ୟରେ ୪୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

1 min read

କେନ୍ଦ୍ରାପଡ଼ା: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ ଦୁବାଇ ଫେରନ୍ତା । ସେ ଗତ ୨୪ ମାର୍ଚ୍ଚରେ ଦୁବାଇରୁ ଫେରିଥିଲେ ।  ତାଙ୍କ ବୟସ ୩୨ ବର୍ଷ । ତେବେ ଗତ କିଛି ଦିନ ମଧ୍ୟରେ ଲଗାତାର ରାଜଧାନୀ ଭୁବନେଶ୍ୱର କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଥିଲେ । ଯାହା ଫଳରେ ଅନ୍ୟ ଜିଲ୍ଲା ଓ ସହରଗୁଡ଼ିକ ତୁଳନାରେ ରାଜଧାନୀବାସୀ ଏକ ପ୍ରକାର ଅତଙ୍କିତ ହୋଇପଡ଼ିଥିଲେ । କିନ୍ତୁ ସୋମବାର ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ କେନ୍ଦ୍ରପଡ଼ାର ହୋଇଥିବାବେଳେ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରୀ ମଧ୍ୟ ରହିଛି  ।

ସେ ଗତ ୨୪ ମାର୍ଚ୍ଚରେ ଦୁବାଇରୁ ଫେରିଥିଲେ । ଏଣୁ ଗୋଷ୍ଠୀ ସଂକ୍ରମଣ ବା ସାମାଜିକ ସଂକ୍ରମଣ ନେଇ ଆଶଙ୍କା କରାଯାଇନପାରେ । ତେବେ ସେ ବିଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ କି ନାହିଁ । ସେ ବିଦେଶରୁ ଫେରିଲା ବେଳେ ହଁ ସଂକ୍ରମିତ ହୋଇଛନ୍ତି କି ଏଠାରେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେ ନେଇ ତଦନ୍ତ କରିବ ସ୍ଥାନୀୟ ପ୍ରଶାସନ । ତେବେ ରାଜ୍ୟ ସରକାରଙ୍କ ପୂର୍ବ ଷ୍ଟ୍ରାଟେଜି ଅନୁଯାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯିବ । ଏବଂ ସେଠାରେ ଡୋର୍‌ଟୁ ଡୋର୍ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ସ୍ୱାସ୍ଥ୍ୟକର୍ମୀ । ଏହା ଦ୍ୱାରା ସେଠାରେ ସଂକ୍ରମଣ ହୋଇଛି କି ନାହିଁ ଜାଣିହେବା ସହ ଏହାକୁ ବାହାର ଅଞ୍ଚଳକୁ ଯିବାରୁ ଅନେକାଂଶରେ ରୋକାଯାଇପାରିବ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

Leave a Reply