ରାଜଧାନୀର ରୋଡ୍‌ ଉପରେ ଗାଡ଼ି ରଖୁଥିଲେ ସାବଧାନ !

ଭୁବନେଶ୍ୱର: ଆପଣ ଗାଡ଼ି ଜଲଦି ଜଲଦିରେ ରାସ୍ତା କଡ଼ରେ ପାର୍କିଂ କରୁଛନ୍ତି କି ? ମାର୍କେଟକୁ ଗଲାବେଳେ ରାସ୍ତା କଡ଼ରେ ଗାଡ଼ି ରଖି ପଳାଉଛନ୍ତି କି ? ଯଦି ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । କାରଣ ଏଭଳି ପାର୍କିଂ କଲେ ଆପଣଙ୍କ ପର୍ସ ଖାଲି ହୋଇପାରେ ।

ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଏମସି ଓ କମିଶନରେଟ୍ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛନ୍ତି । ବେଆଇନ୍ ପାର୍କିଂ ଉଚ୍ଛେଦ ଚାଲିଛି । ଏଣିକିରାସ୍ତା କଡ଼ରେ ଆଉ ୨ ଚକିଆ ଗାଡ଼ି ପାର୍କିଂ ହୋଇପାରିବ ନାହିଁ । କେବଳ ଚାରି ଚକିଆ ଗାଡ଼ି ପାର୍କିଂ ହେବ । ତାହା ପୁଣି ସମସ୍ତ କାର ୪୫ ଡିଗ୍ରୀରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ପାର୍କିଂ କରିବେ ।

ରାସ୍ତା କଡ଼ରେ ଦୁଇ ଚକିଆ ପାର୍କିଂକୁ ସମ୍ପୂର୍ଣ୍ଣ ବାରଣ କରିବ କମିଶନରେଟ ପୋଲିସ । ଆଗାମୀ ଦିନରେ ଏହି ନିୟମ ଭାଙ୍ଗିଲେ ଜରିମାନା ଆଦାୟ ହେବ ବୋଲି ଟ୍ରାଫିକ୍‌ ପୋଲିସ୍‌ ସୂଚନା ଦେଇଛି ।

ରାଜମହଲ ଠାରୁ ଏଜି ଛକ ଏବଂ ବାପୁଜୀନଗର ଠାରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ । ସେପଟେ ରାସ୍ତା କଡ଼ରୁ ସମସ୍ତ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଉଠା ଦୋକାନୀଙ୍କ ପାଇଁ ରାସ୍ତାରେ ଅଧିକ ପରିମାଣରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଟ୍ରାଫିକ୍‌ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି ।

Leave a Reply