ମଦୁଆ ପୋଲିସ ଅଫିସରଙ୍କ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍‌ପି

ଢେଙ୍କାନାଳ: ଢେଙ୍କାନାଳରେ ପୋଲିସ ମଦ ପିଇ ଡ୍ୟୁଟି କରିବା ଘଟଣାରେ ସଂପୃକ୍ତ ପୋଲିସ କର୍ମଚାରୀ ନିଳମ୍ବିତ । ଜିଲ୍ଲା ଏସପି ଅନୁପମା ଜେମ୍‌ସ ତାଙ୍କୁ ନିଲମ୍ବନ କରିଛନ୍ତି । ପୋଲିସ କର୍ମଚାରୀ ଜଣକ ମଦ ପିଇ କାର୍ଯ୍ୟରତ ଥିବାବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ପୋଲିସ ଜଣକ ମଦ ପିଇଥିବା ନେଇ ନିଜେ ସ୍ୱୀକାର ମଧ୍ୟ କରିଥିଲେ । ଭିଡିଓ ଭାଇରାଲ ହେବାପରେ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଏସ୍‌ପି ।

ସୂଚନା  ଅନୁଯାୟୀ, କାର୍ଯ୍ୟରତ ପୋଲିସ ଜଣକ ନିଜେ ମଦ ପିଇଥିବା ବେଳେ ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧରିଥିଲେ । ତାଙ୍କୁ ୭ ହଜାର ଟଙ୍କା ଜରିମାନା ମାଗିଥିଲେ ।  ଏହି ସମୟରେ ଏହିସବୁ ଘଟଣାକୁ ଭିଡିଓରେ କଏଦ କରାଯାଇଥିଲା । ଖାଲି ସେତିକି ନୁହେଁ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଏସବୁ କାର୍ଯ୍ୟ ଢେଙ୍କାନାଳ ପୋଲିସ୍‌ ଷ୍ଟେସନର କେହି ଜଣେ କର ସାର୍‌ ତାଙ୍କୁ କରିବାର କହିଥିବା ମଦୁଆ ପୋଲିସ ବାବୁ ଜଣଙ୍କ କହିଥିଲେ ।

Leave a Reply