ରିଙ୍କୁ ଶର୍ମା ମୃତ୍ୟୁ ଘଟଣା; ସାଂପ୍ରଦାୟିକ ହତ୍ୟା ହୋଇଥିବା ପରିବାରର ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୫ ବର୍ଷୀୟ ଯୁବକ ରିଙ୍କୁ ଶର୍ମାଙ୍କ ମୃତ୍ୟୁ ନେଇ ସମଗ୍ର ଦେଶରେ ଉଦବେଗ । କାହିଁକି ଏବଂ କେଉଁ ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଛି ସେ ନେଇ ସବୁଠି ପ୍ରଶ୍ନର ତାତି । କୌଣସି ଏକ କଥାକୁ ନେଇ ଝଗଡ଼ା ଏବଂ ହତ୍ୟା କରାଯାଇଥିବା କହିଛି ଦିଲ୍ଲୀ ପୋଲିସ । କିନ୍ତୁ ପୋଲିସର ସ୍ପଷ୍ଟୀକରଣ ମାନିବାକୁ ନାରାଜ ପରିବାର ଲୋକେ । ପୁଅକୁ ନିର୍ଦ୍ଧିଷ୍ଠ ସମ୍ପ୍ରଦାୟର କିଛି ବ୍ୟକ୍ତି ହତ୍ୟା କରିଛନ୍ତି ଏବଂ ଏହା ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ରିଙ୍କୁ ଶର୍ମାଙ୍କ ମାଆ ।

ପୋଲିସର କହିବା ମୁତାବକ, ସାଙ୍ଗର ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଦଗେବାକୁ ଯାଇଥିଲେ ରିଙ୍କୁ ଶର୍ମା । ସେଠାରେ କିଛି ବନ୍ଧୁଙ୍କ ସହ ରିଙ୍କର ବଚସା ହୋଇଥିଲା । ଏବଂ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ରିଙ୍କୁ ଜନ୍ମଦିନ କାର୍ଯ୍ୟକ୍ରମରୁ ପଳାଇ ଆସୁଥିଲେ । ଫେରିବା ବାଟରେ ସଂଘବଦ୍ଧ ଭାବେ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିବା ସହ ପିଠିରେ ଛୁରୀ ଭର୍ତ୍ତି କରିଦେଇଥିଲେ । ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ରିଙ୍କୁ ଶର୍ମାଙ୍କର ମେଡିକାଲରେ ମୃତ୍ୟୁ ଘଟିଥିଲା । ଏହି ଅଭିଯୋଗରେ ରିଙ୍କୁ ଶର୍ମାଙ୍କର ୪ ଜଣ ସାଙ୍ଗ ଜାହିଦ, ମେହତାବ, ଦାନିଶ, ଇସଲାମ ଏବଂ ତାଉଜିନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଦିଲ୍ଲୀ ଡିସିପି ।

ସେପଟେ ପୋଲିସର ସ୍ପଷ୍ଟୀକରଣକୁ ଗ୍ରହଣ କରିନାହାଁନ୍ତି ପରିବାର ଲୋକେ । ଡିସିପିଙ୍କୁ ଚିଠି ଲେଖି ପରିବାରର ସୁରକ୍ଷା ସହିତ ଏହା ଏକ ସାମ୍ପ୍ରଦାୟିକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ରିଙ୍କୁ ଶର୍ମାଙ୍କ ଭାଇ । ପରିବାର ଲୋକଙ୍କ କହିବା ମୁତାବକ, ରିଙ୍କୁ ଶର୍ମା ବିଶ୍ବ ହିନ୍ଦୁ ପରଷଦର ସଦସ୍ୟ ରହିଥିଲେ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇ ଅର୍ଥ ସଂଗ୍ରହ କରୁଥିଲେ । ଏହି କ୍ରମରେ ନିଜର ଜଣେ ମୁସଲିମ ଘନିଷ୍ଠ ବନ୍ଧୁଙ୍କ ଘର ମଙ୍ଗଲପୁରୀ ଅଞ୍ଚଳକୁ ନିଧି ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଘନିଷ୍ଠ ବନ୍ଧୁ ହୋଇଥିବାରୁ ସେ ତାଙ୍କ ଘରକୁ ବିନା ଦ୍ବିଧାରେ ଯାଇଥିଲେ । କିନ୍ତୁ ଏହି ଘଟଣାକୁ ନେଇ ରିଙ୍କୁଙ୍କ ସାଙ୍ଗ ଏବଂ ତାଙ୍କ ଭାଇ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ୍ କରିଥିଲେ । ଏବଂ ଛୁରୀ ଭୁସିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ତେଣୁ ଏହି ଘଟଣାର ସଠିକ ସନ୍ଧାନ କରିବା ସହିତ ତାଙ୍କ ପରିବାରକୁ ନ୍ୟାୟ ଏବଂ ସୁରକ୍ଷା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୃତକ ରିଙ୍କୁ ଶର୍ମାଙ୍କ ଭାଇ । ସେହିପରି ତାଙ୍କ ବାପା କହିଛନ୍ତି, ମୋ ପୁଅ କଦାପି ଗଣ୍ଡଗୋଳ କରେନାହିଁ । ସେ ବିଶ୍ବହିନ୍ଦୁ ପରିଷଦ ସହ ଜଡ଼ିତ ରହିଥିଲା । ଯେହେତୁ ସେ ନିଧି ସଂଗ୍ରହ ପାଇଁ ଯାଇଥିଲା, ଅଭିଯୁକ୍ତ ମାନେ ଏହି ଘଟଣାରେ ମୋ ପୁଅକୁ ଟାର୍ଗେଟ ରଖିଥିଲେ । ଏବଂ ତାକୁ ଏକୁଟିଆ ପାଇଁ ଆକ୍ରମଣ କରିଛନ୍ତି । କେବଳ ୫ କିମ୍ବା ୧୦ ଜଣ ନୁହଁନ୍ତି । ଏଥିରେ ୫୦ ରୁ ୬୦ ଲୋକ ସଂଶ୍ଲିଶ୍ଟ ରହିଛନ୍ତି । ହାତରେ ଖଣ୍ଡା, ଠେଙ୍ଗା ଏବଂ ଛୁରୀ ଧରି ସଭିଏଁ ଆକ୍ରମଣ କରିଥିବା କହିଛନ୍ତି ରିଙ୍କୁ ଶର୍ମାଙ୍କ ବାପା । ସେପଟେ ଏପରି ଅଭିଯୋଗ ପରେ ବିଜେପି ଏବଂ ଭିଏଚପି ସ୍ବର ଉଠାଇବା ସହ ରିଙ୍କୁ ଶର୍ମାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।

Leave a Reply