ବର୍ଷାଙ୍କ ରୋଜଗାର ଅଛି, ଦିଲ୍ଲୀରେ କେସ୍‌ ଲଢ଼ିପାରିବେ କହିଲେ ଅନୁଭବଙ୍କ ଓକିଲ

1 min read
MP-Anubhav-Mohanty-moves-Supreme-Court

କଟକ: ଓଲିଉଡ୍‌ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ମାମଲା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱନୀ ଦୁବେ । ସେ କହିଛନ୍ତି ବର୍ଷାଙ୍କ ନିଜସ୍ୱ ଆୟ ରହିଛି । ତେଣୁ ଦିଲ୍ଲୀ ଆସି କେସ୍‌ ଲଢ଼ିବାରେ କୌଣସି ସମସ୍ୟା ନାହିଁ ।

OOA land grabbing Case, Supreme Court Gives Clean Chit TO Ashirbad Behera

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଅନୁଭବ ଓକିଲଙ୍କ ବୟାନ ପରେ ମୁହଁ ଖୋଲିଛନ୍ତି ବର୍ଷାଙ୍କ ଓକିଲ । ସେ କହିଛନ୍ତି ବର୍ଷାଙ୍କ ପାଖରେ ରୋଜଗାରର ବାଟ ଥିଲେ ବି ଦିଲ୍ଲୀରେ ଘର ନାହିଁ । ଅନୁଭବଙ୍କ ଘର ଉଭୟ କଟକ ଓ ଦିଲ୍ଲୀରେ ରହିଛି । ତେଣୁ ମାମଲା କଟକ ଆସିବାରେ କିଛି ଅସୁବିଧା ନାହିଁ ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଓଲିଉଡ୍‌ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ମାମଲା ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏମିତି କି ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଥିଲା । ଗତ ସେପ୍ଟେମ୍ବର ୫ ତାରିଖରେ ବର୍ଷା, ଅନୁଭବଙ୍କ ବିରୋଧରେ ହଠାତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ହେଲେ ଏହାର ଠିକ୍‌ ପର ଦିନ ଅର୍ଥାତ୍‌ ୬ ତାରିଖରେ ଆଉ ରୋଚକ ତଥ୍ୟ ସାମ୍ନାକୁ ଆସିଲା । ଆଉ ତାହା ଥିଳା ଯେ, ବର୍ଷାଙ୍କ ପୂର୍ବରୁ ଦିଲ୍ଲୀ ପଟ୍ଟିଆଲା ହାଉସ୍‌କୋର୍ଟରେ ଅନୁଭବ ବିବାହ ବିଛେଦ ପାଇଁ ଆବେଦନ କରିଥିଲେ ।

୪୭ ପୃଷ୍ଠା ସମ୍ବଳିତ ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଦାଖଲ କରିଥିଲେ । ବାହାଘରର ପ୍ରଥମ ଦିନରୁ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ତାଙ୍କ ସହ ସମ୍ପର୍କ ରଖିବାକୁ ବର୍ଷା ୩ ରୁ ୪ ମାସ ସମୟ ମାଗିଥିଲେ । ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ ବୋଲି ନିଜ ପିଟିସନ୍‌ରେ ଲେଖିଥିଲେ । ବର୍ଷା ଅନେକ ସମୟରେ ଶାଶୂଘର ଛାଡ଼ି ବାପଘରେ ରହୁଥିଲେ ବୋଲି ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ । ଏହି ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି ।

Leave a Reply