ଯୁଦ୍ଧ ହେଲେ ଭାରତରେ ବଢ଼ିଯିବ ତେଲ ସହ ଏହି ସବୁ ସାମଗ୍ରୀର ଦର

1 min read

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା । କୌଣସି ମୁହୂର୍ତ୍ତରେ ବି ହୋଇପାରେ ବଡ଼ ଆକ୍ରମଣ । ପ୍ରାୟ ସପ୍ତାହେ ହେଲା ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଯଦି, ୨ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତ ବେଶୀ ପ୍ରଭାବିତ ହେବ । କାରଣ, ଇରାନ୍ ଉପରେ ଭାରତ ତେଲ ପାଇଁ ନିର୍ଭର କରେ ।ଇରାନ ଠାରୁ ତୈଳ ଆମଦାନୀ କରୁଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ଦେଶ, ଯିଏ ଅଧିକ ତୈଳ ଆମଦାନୀ କରେ । ଭାରତ ଆବଶ୍ୟକ କରୁଥିବା ତେଲର ୩୯ ପ୍ରତିଶତ ସାଉଦି ଆରବ ଓ ଇରାନରୁ ଆମଦାନୀ କରାଯାଇ ଥାଏ । ତେଣୁ, ଯୁଦ୍ଧ ହେଲେ ତେଲ ନେଇ ଆସୁଥିବା ଜାହାଜ ଅଧାବାଟରେ ଅଟକିପାରେ । ଏପରି ହେଲେ ଭାରତ ସମେତ ଅନ୍ୟ କେତକ ଦେଶର ତେଲର ଦାମ ଅଚାନକ ବଢ଼ିଯିବ ।କଚ୍ଚା ବା ଅଶୋଧିତ ତୈଳ ଦର ବୃଦ୍ଧି ଘଟିଲେ ଡିଜେଲ, ପେଟ୍ରୋଲ ଆଦିର ଦାମ ବଢ଼ିବ । ଫଳରେ ଦେଶରେ ନିତିଦିନିଆ ସାମଗ୍ରୀର ଦରଦାମ ବଢ଼ିବ । କାରଣ ଡିଜେଲ, ପେଟ୍ରୋଲ ମହଙ୍ଗା ହେଲେ ସାମଗ୍ରୀ ପରିବହନ ଖର୍ଚ୍ଚ ବ୍ୟୟବହୁଳ ହୋଇଯିବ ।ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହେଲେ ଏସିଆ ମହାଦେଶରେ ଅଧିକ ପ୍ରଭାବିତ ହେବ ଭାରତ । ଭାରତର କୂଟନୀତିକ ଓ ରାଜନୀତିକ ସ୍ଥିତି ଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଭାରତ ସହ ଆମେରିକା ଓ ଇରାନ ୨ ଦେଶର ଭଲ ସମ୍ପର୍କ ରହିଛି । ରାଜନୀତିକ ଦୃଷ୍ଟିକୋଣରୁ ଭାରତ ପାଇଁ ଇରାନ୍ ବହୁତ ଜରୁରୀ ଅଟେ । ଏଭଳି ସ୍ଥିତିରେ ଭାରତ ଗୋଟିଏ ଦେଶ ପାଇଁ ଛିଡ଼ା ହେଲେ ଅନ୍ୟଜଣକ ସହ ସମ୍ପର୍କ ଖରାପ ହେବା ଥୟ ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

Leave a Reply