ହାଜତରେ ୪ ନାବାଳକଙ୍କୁ ପୋଲିସର ମାଡ଼ ଅଭିଯୋଗ, ନିଜ ଆଡ଼ୁ ମାମଲା ରୁଜୁ କଲେ OHRC

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡା ପୋଲିସର ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରିତ ହେବା ପରେ ନିଜ ଆଡୁ ମାମଲା ରୁଜୁ କରିଛି ଓଡ଼ିଶା ମାନବାଧିକାର କମିଶନ । ଘଟଣାର ତଦନ୍ତ କରି ଆସନ୍ତା ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ମାଲକାନଗିରି ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି କମିଶନ ।

OHRC Issue Notice To Malkangiri SP Over Chitrakonda Police Third Degree To Minor

ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଆଇନ୍ ଅଧିକାରୀ ଆଜି ଚିତ୍ରକୋଣ୍ଡାରେ ପହଞ୍ଚି ନାବାଳକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଗତ ୧୨ ତାରିଖରେ ଘଟିଥିବା ଏକ ଚୋରି ଘଟଣାରେ ପୋଲିସ ୪ ନାବାଳକଙ୍କୁ ଘରୁ ଉଠାଇ ଆଣି ହେପାଜତକୁ ନେଇଥିଲା ।

OHRC Issue Notice To Malkangiri SP Over Chitrakonda Police Third Degree To Minor

୨୪ ଘଣ୍ଟା ମଧ୍ୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବାକୁ ନିୟମ ରହିଛି । ହେଲେ ନାବାଳକ ଅଭିଯୁକ୍ତଙ୍କୁ ୩ ଦିନ ଧରି ହାଜତରେ ରଖି ପୋଲିସ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ଥାନାରେ ବିଦ୍ୟୁତ୍ ସକ୍ ଦେବା ସହ ଥାର୍ଡ ଡିଗ୍ରୀ ଚାର୍ଜ କରିଥିଲା । ପରିବାର ଲୋକଙ୍କ ଆଗରେ ନାବାଳକଙ୍କୁ ମାଡ଼ ମାରିଥିଲା ପୋଲିସ । ପୋଲିସର ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।

Leave a Reply