କୃଷକଙ୍କ ପର୍ବ ଗର୍ଭଣା ସଂକ୍ରାନ୍ତି

ଭଦ୍ରକ: ଓଡିଶାର ବାର ମାସର ତେର ପର୍ବ । ସେଥିମଧ୍ୟରୁ ଓଡିଶାର ପୁରପଲ୍ଲୀରେ ପାଳନ ହେଉଛି କୃଷି ଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି । ବାସୁଦେବପୁର କୃଷକ ଭାଇମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି ଗର୍ଭଣା ସଂକ୍ରାନ୍ତି ।

ସକାଳେ ଘରେ ଝୋଟି ଦେଇ ଘରକୁ ପବିତ୍ର କରିଥିଲେ । ବାଡ଼ିରୁ ବାଉଁଶ କଣି, ଅନକାବତା ଡାଳ, ନେଉଆ ଡାଳ, ପିଜୁଳି ଡାଳ, ଡିମ୍ବିର ଡାଳ ଓ ବିଲରୁ ଧାନ ଗଛ ଆଣି ଏକତ୍ର କରି ଧୂପ, ଝୂଣା ଓ ଭୋଗ ଦେଇ ପୂଜା କରିଥାନ୍ତି । ପ୍ରଥମେ ଘର ପାଖ ଖତଗଦାରେ ଖଡା ପୋତି ଶୁଭାରମ୍ଭ କରିଥାନ୍ତି । ପରେ ଧାନବିଲକୁ ଯାଇ ଖଡା ପୋତି ମାଆ ଲକ୍ଷ୍ମୀଙ୍କୁ ସ୍ମରଣ କରି ମୁଣ୍ଡ ଲଗାଇ ମାଟି ମାଆଙ୍କୁ ଜୁହାର କରିଥାନ୍ତି । ଏହି ପୂଜାରେ ତାଳ ମଞ୍ଜି ଭିତରେ ଥିବା ଖୁକୁଡି, କଦଳୀ, ଗୁଡ଼ ଓ ଦୁଗ୍ଧ ପକାଇ ପୂଜା କରିବା ପରେ ସାରୁ ପତ୍ରରେ ବାନ୍ଧି ଭୋଗ ପୁଡିଆ କରିଥାନ୍ତି । ଛୋଟ ପିଲା ଠାରୁ ଆରମ୍ଭ କରି ମହିଳାମାନେ ମଧ୍ୟ ଏହି ପୂଜାରେ ସାମିଲ ହୋଇ ଜମିରେ ପୂଜା କରି ଖଡା ପୋତିଥାନ୍ତି ।

Leave a Reply