୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ

1 min read

ଭୁବନେଶ୍ୱର: ଗୋଟିଏ ଲଘୁଚାପ ପ୍ରଭାବ ନସରୁଣୁ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ । ଏବେ ଧାନ ଚାଷୀଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ । ଅମଳକୁ ଆଉ ମାସେ ଥିବା ବେଳେ ବର୍ଷା ବିଗାଡିଦେଲାଣି ଚାଷବାସ । ପନିପରିବା ଚାଷ ଉପରେ ବି ଦାଉ ସାଧିଛି ସକ୍ରିୟ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ୨୪ ଘଣ୍ଟା ସକ୍ରିୟ ରହିବାକୁ ଥିବା ବେଳେ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତି କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୧୧ରୁ ୧୩ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ବର୍ଷାର ପ୍ରଭାବରେ ପନିପରିବା ଦର ଏବେ ଆକଳ ଛୁଆଁ । ଏବେ ପନିପରିବା ଦର ୫୦ ଉପରେ ରହିଛି । କିଛିଦିନ ତଳେ ନାସିକରେ ବର୍ଷା କାରଣରୁ ପିଆଜ ଦର ବୃଦ୍ଧି ପାଉଥିବା ବେଳେ ଏବେ ପନିପରିବା ଦର ଖାଉଟିଙ୍କ ଚିନ୍ତା ବଢାଇଛି ।

Leave a Reply