୧୦ ତାରିଖ ସୁଦ୍ଧା ଅବପାତର ରୂପ ନେବ ଲଘୁଚାପ ! ଏହିସବୁ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

1 min read

ଭୁବନେଶ୍ୱର: ଓଡ଼ିଶାରେ ଳଘୁଚାପର ପ୍ରଭାବ ଥମିବାର ନାଁ ନେଉ ନାହିଁ । ଗୋଟେ ପରେ ଗୋଟିଏ ଲଘୁଚାପ ମାଡ଼ ଖାଇ ଚିନ୍ତାରେ ଚାଷୀ । ସବୁ ଫସଲକୁ ନଷ୍ଟ କରିଦେଉଛି ଲଘୁଚାପମାଡ଼ । ଗୋଟିଏ ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ଥିବା ବେଳେ ଏବେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଉତ୍ତର ଆଣ୍ଡାମାନ ଓ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ।

ଏହା ଆସନ୍ତା ୧୦ ତାରିଖ ସୁଦ୍ଧା ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୧୧ ତାରିଖରୁ ୧୩ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖାସ୍‌କରି ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ବର୍ଷା ହୋଇପାରେ ।

ଅନ୍ୟପଟେ ପୁରୀ, ମାଲକାନଗିରି, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହି ଲଘୁଚାପ ବାତ୍ୟା ରୂପ ନେବାର କୌଣସି ସୂଚନା ନଥିବା କହିଛି ପାଣିପାଗ ବିଭାଗ ।

Leave a Reply