ବଢୁଛି ଶୀତ: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯ ଡ଼ିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରା, ବଢୁଛି ଶୀତ । ଦିନକୁ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବାରେ ଲାଗିଛି । ଏବେ ପ୍ରବଳ ଜାଡରେ ଥରୁଛି ଗାଁଠୁ ସହର । ୧୧ସହରରେ ୧୫ଡିଗ୍ରୀ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ସୋନପୁରରେ ୯ ଡ଼ିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ।

ସେହିପରି ଦାରିଙ୍ଗବାଡିରେ ୯.୫, ଅନୁଗୁଳରେ ୧୦.୬, ଫୁଲବାଣୀରେ ୧୧.୩ , କେନ୍ଦୁଝର ୧୨.୦, ବାରିପଦାରେ ୧୨.୪ , ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨,ବଲାଙ୍ଗୀରରେ ୧୪  ଓ କଟକରେ ୧୪.୮ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା । ଭୁବନେଶ୍ୱରରେ ୧୬.୦ଡ଼ିଗ୍ରୀ ରହିଛି ତାପମାତ୍ରା । ସେପଟେ ରାଜ୍ୟରେ ଆହୁରି 3ରୁ ୪ଡିଗ୍ରୀ କମିବ ପାରଦ, ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି ।

Leave a Reply