ରାଜ୍ୟରେ ଶୀତ ଲହରୀ, ୧୦ ଡିଗ୍ରୀ ତଳେ ରହିଛି ୧୦ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୦ ସହରରେ ୧୦ ଡିଗ୍ରୀ ତଳେ ରହିଛି ପାରଦ । ଜି ଉଦୟଗିରି ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିବାବେଳେ ଭୁବନେଶ୍ବରରେ ତାପମାତ୍ରା ରହିଛି ସର୍ବାଧିକ । ସେପଟେ ବଲାଙ୍ଗୀରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଥିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଦିଆଯାଇଛି ସୂଚନା ।

ସେପଟେ ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର ରହିଛି । କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଏବଂ ଜି. ଉଦୟଗିରିରେ ରାତିରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସେହିପରି ଦାରିଙ୍ଗବାଡିରେ ୭.୫ ଡିଗ୍ରୀ, ବଲାଙ୍ଗୀରରେ ୭.୮ ଡିଗ୍ରୀ, ଝାରସୁଗୁଡା ଏବଂ କେନ୍ଦୁଝରରେ ୮.୨ ଡିଗ୍ରୀ, ଅନୁଗୁଳ ଏବଂ ବାରିପଦାରେ ୯.୬ ଡିଗ୍ରୀ ରହିଛି ପାରଦ ।

ସେହିପରି ଭବାନୀପାଟଣାରେ ପାରଦ ୮.୫ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୯.୫ ଡିଗ୍ରୀ ରହିଛି ପାରଦ । ଭୁବନେଶୱରରେ ୧୩ ଡିଗ୍ରୀ ଏବଂ କଟକରେ ୧୧.୮ ଡିଗ୍ରୀ ରହିଛି ରାତି ତାପମାତ୍ରା ।

Leave a Reply