ଦକ୍ଷିଣ ଓଡିଶାରେ ତୁହାକୁ ତୁହା ବର୍ଷା, ଭିଜୁଛି ଗଞ୍ଜାମ-ଗଜପତି

1 min read

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ସୋମବାର ଓ ମଙ୍ଗଳବାର ରାଜ୍ୟର ଦକ୍ଷିଣ-ପୂର୍ବ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଓଡ଼ିଶା ପ୍ରତି ଏତେଟା ବିପଦ ନଥିବା କହିଛି IMD ।

ତେବେ ଲଘୁଚାପ ପ୍ରଭାବରେ ବିଶେଷ କରି ରାୟଗଡା, ମାଲକାନଗିରି, କେରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ପରିସ୍ଥିତିକୁ ନଜରରେ ରଖି ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଓଡିଶା ପ୍ରତି ଏତେଟା ବିପଦ ନାହିଁ ଦକ୍ଷିଣ ଓଡିଶାରେ ବର୍ଷା ଓ ଆଂଶିକ ପବନ ହେବା ନେଇ ପୂର୍ବାନୁମାନ କରିଛି IMD ।

Depression over west central Bay of Bengal Orange Warning Issued To 5 District

ସେହିଭଳି ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ବର୍ଷା । ତୁହାକୁ ତୁହା ବର୍ଷାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଭିଜୁଛି । ଗଜପତି ଜିଲ୍ଲାର ପାହାଡିଆ ଅଞ୍ଚଳରେ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷ ଜମି ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply