ଆହୁରି ବର୍ଷିବ, ୧୫ ଜିଲ୍ଲାକୁ ୟୋଲୋ ଓ୍ୱାର୍ଣ୍ଣିଂ

Odisha weather forecast heavy rain in next four days
Low Pressure Rain To Continue Till Next Three Days Odisha

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଟ୍ରାପ୍ ପ୍ରଭାବ ଏବଂ ଉତ୍ତର ବଙ୍ଗୋପସାଗର ଏବଂ ଗାଙ୍ଗେଟି ଓ୍ୱେଷ୍ଟବେଙ୍ଗଲ ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗିର, କେନ୍ଦ୍ରାପଡା, ବୌଦ୍ଧ, କୋରାପୁଟ, ଗଜପତି, ନୂଆପଡା, ନୟାଗଡ, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ବର୍ଷାକୁ ଦୃଷ୍ଟିରେ ରଖି ୧୫ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ୧୦ଟି ଜିଲ୍ଲା, ୧୭ ତାରିଖରେ ୭ଟି ଜିଲ୍ଲା ଏବଂ ୧୮ ତାରିଖରେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଜୁନ୍ ୧ ତାରିଖରୁ ଜୁଲାଇ ୧୪ ତାରିଖ ମଧ୍ୟରେ ୩୫୭.୫ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ୩୭୫.୮ ମିଲିମିଟ ବର୍ଷା ହୋଇଛି । ଯାହା ସ୍ୱାଭାବିକ ଠାରୁ ୫ ପ୍ରତିଶତ ଅଧିକ । ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ୧୨୫ ମିଲିମିଟର ବର୍ଷା ହୋଇଛି ।

Leave a Reply