ଆହୁରି ବର୍ଷିବ, ବଢ଼ୁଛି ନଦୀର ଜଳ ପତନ

1 min read
Low Pressure Rain To Continue Till Next Three Days Odisha

ଭୁବନେଶ୍ୱର: ଆହୁରି ବର୍ଷିବ । ଆଗାମୀ ୨୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ପୁଣି ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ନଦୀରେ ପାଣି ବଢ଼ିବାର ଆଶଙ୍କା ମଧ୍ୟ ରହିଛି । ହେଲେ ଏବେ ସବୁ ନଦୀ ବିପଦ ସଂକେତ ତଳେ ପାଣି ରହିଛି । କେବଳ ଜଳକା ନଦୀରେ ୬.୨୧ ଫୁଟ୍‌ ପାଣି ରହିଥିଲେ ମଧ୍ୟ କିଛି ସମସ୍ୟା ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି । ସେ କହିଛନ୍ତି ସବୁ ନଦୀବନ୍ଧ ଠିକ ଅଛି । ଭୟ କରିବାର କୌଣସି କାରଣ ନାହିଁ । ରବିବାର ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ  କଟକ ଜିଲ୍ଲାରେ ୧୦ରୁ ୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

 Hirakud

ଅନ୍ୟପଟେ ଲଗାଣ ବର୍ଷା କାରଣରୁ ଏବେ ସୁଦ୍ଧା ହୀରାକୁଦର ୧୮ଟି ଗେଟ୍‌ ଖୋଲା ଯାଇଛି । ବର୍ତ୍ତମାନ ୬୧୯.୪୧ ଘନ ଫୁଟ୍‌ ପାଣି ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୮୮ହଜାର ୨୯୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୯୭ ହଜାର ୮୩୨ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି ।

Hirakud

ବୈତରଣୀରେ ପାଣି ଯାଉଥିଲା । ତଳମୁଣ୍ଡରେ ବ୍ରାହ୍ମଣୀ ପାଣି ଯାଇପାରୁ ନଥିଲା । କାଲି ଅଳ୍ପ ପାଣି ଛଡ଼ାଯାଇଛି । ବନ୍ୟା ନାହିଁ । ହେଲେ ବର୍ଷା ପାଇଁ କିଛି ନଦୀରେ ପାଣି ବଢ଼ିପାରେ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

Hirakud

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ୨୬ରୁ ୨୭ ତାରିଖ ଭିତରେ ଝାରସୁଗୁଡ଼ା, ବରଗଡ଼ରେ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଲଘୁଚାପର ପ୍ରଭାବ ୨୮ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । ତେବେ ଅତ୍ୟଧିକ ବର୍ଷା ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଥିବା କହିଛନ୍ତି ଏସଆରସି । ବିଡିଓ, ତହସିଲଦାର ମାନଙ୍କୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦଶ ଦିଆଯାଇଛି । ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ବି ସଜାଗ ରହିବା ସହ ଡ୍ରେନେଜ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା SRC ପ୍ରଦୀପ ଜେନା କହିଛନ୍ତି ।

Leave a Reply