ପୁଣି ଛେଚିବ ବର୍ଷା: ୨୬ରୁ ବର୍ଷାର ପରିମାଣ ବଢିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

1 min read

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜାରିରହିଛି ବର୍ଷା । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଏଥି ପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଓ ୨୫ ତାରିଖରେ ପାଗ ଶୁଖିଲା ରହିପାରେ । ତେବେ ୨୬ ତାରିଖରେ ପୁଣି ଥରେ ବର୍ଷା ବଢିବ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ସେହିପରି  ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଅନ୍ୟପଟେ ଆସନ୍ତା ଦୁଇ ଦିନ ପାଇଁ ବର୍ଷାର ପରିମାଣ କମିବା ସହ ଆଗାମୀ ଦୁଇଦିନରେ ବର୍ଷାର ପରିମାଣ ବଢିପାରେ । ତେବେ ଆସନ୍ତା ୧୨ଘଣ୍ଟା ପାଇଁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେହିଭଳି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ମାଲକାନଗିରିରେ ସର୍ବାଧିକ ବର୍ଷାର ପରିମାଣ ରେକର୍ଡ଼ କରାଯାଇଛି ଏବଂ ଖୋର୍ଦ୍ଧା ସବୁଠାରୁ କମ୍ ବର୍ଷାର ପରିମାଣ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply