ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଗାଇଲେ ସୁଭାଷ ଦାସ ଓ ତୃପ୍ତି ଦାସ

1 min read

ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସରକାର ରାଜ୍ୟ ସଂଗୀତର ମାନ୍ୟତା ପରେ ଆଉ ଏକ ପଦକ୍ଷେପ ନିଆଯାଇଛି । ସରିଯାଇଛି ଗୀତର ରେକର୍ଡିଂ । କାନ୍ତକବିଙ୍କ କାଳଜୟୀ ଗୀତକୁ ସଂଗୀତ- ସୁଧାକର ବାଳକୃଷ୍ଣ ଦାସଙ୍କ ଶୈଳୀରେ ରେକର୍ଡିଂ କରାଯାଇଛି । ଏବେ ଆଉ କିଛି ଅସୁବିଧା ନାହିଁ । ଏବେ ‘ବନ୍ଦେ ଉତ୍କଳ ଜନନୀ’ର ଅଧିକ ପ୍ରଚାର ପ୍ରସାର ସହିତ ସହଜରେ ଏହା ଗାନ କରାଯାଇପାରିବ ।

ଲକ୍‌ଡାଉନ୍‌ରେ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଆ ଆତ୍ମାର ସଙ୍ଗୀତ । ସବୁ ଓଡ଼ିଆଙ୍କ ହୃଦୟରେ ଆସ୍ଥାନ ଜମାଇଥିଲା ଏହି ଗୀତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନକ୍ରମେ ସାରା ବିଶ୍ୱରେ ଓଡ଼ିଆମାନେ ଏକ ସମୟରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଗାଇଲେ । ପରେପରେ ମିଳିଲା ରାଜ୍ୟ ସଂଗୀତର ମାନ୍ୟତା । ଏହି ଗୀତକୁ ବାଳକୃଷ୍ଣ ଦାସଙ୍କ ଗାୟନ ଶୈଳୀରେ ରେକର୍ଡିଂ କରାଯାଇଛି । କଣ୍ଠଦାନ କରିଛନ୍ତି ସୁଭାଷ ଦାସ ଓ ତୃପ୍ତି ଦାସ । ଏଥିପାଇଁ ନିଜକୁ ଧନ୍ୟ ମନେ କରୁଥିବା ତୃପ୍ତି ଦାସ କହିଛନ୍ତି ।

କଟକ ବିଜୁ ପଟ୍ଟନାୟକ ଏଫ୍‌ଟିଆଇରେ ଏହି ଗୀତ ରେକର୍ଡିଂ ହୋଇଛି । ଗୀତର ଅବଧି ରହିଛି ୨ ମିନିଟ୍‌ ୧୧ ସେକେଣ୍ଡ । କଣ୍ଠଦାନ କରିଥିବା ଶିଳ୍ପୀ ସୁଭାଷ ଦାସ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମୃହାପାତ୍ରଙ୍କ ଜନ୍ମମାଟି ଭଦ୍ରକର । ତାଙ୍କୁ ଏହି ଗୀତ ଗାଇବାର ସୁଯୋଗ ମିଳିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ଗୀତ ରେକର୍ଡିଂ କରାଯାଇଛି ।

ସଚିବାଳୟରୁ ସଡ଼କ, ସବୁଠି ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’

Leave a Reply