ଶନିବାର ବିଶ୍ୱ ଓଡ଼ିଆ ମହୋତ୍ସବ 2020

ଭୁବନେଶ୍ୱର: ଶନିବାର ଆରମ୍ଭ ହେବ ବିଶ୍ୱ ଓଡ଼ିଆ ମହୋତ୍ସବ 2020 । ପ୍ରଥମ ଥର ପାଇଁ ବିଶ୍ୱର ୩୦ରୁ ଅଧିକ ଦେଶର ପ୍ରବାସୀ ଓଡ଼ିଆଙ୍କ ମିଳିତ ଆନୁକୁଲ୍ୟରେ ହେବାକୁ ଥିବା ଏହି ମହୋତ୍ସବ ଦୁଇଦିନ ଧରି ଚାଲିବ । କାର୍ଯ୍ୟକ୍ରମକୁ ଓଡ଼ିଶା ସୋସାଇଟି ଅଫ ଆମେରିକା ହୋଷ୍ଟ କରୁଥିବା ବେଳେ ବିଭିନ୍ନ ଦେଶର ଓଡ଼ିଆ ସମାଜ ସହଯୋଗ କରିଛନ୍ତି ।

ଶନିବାର ଭାରତୀୟ ସମୟ ସନ୍ଧ୍ୟା 6.30ରେ କାର୍ଯ୍ୟକ୍ରମ ଉଦଘାଟନ ହେବ । କାର୍ଯ୍ୟକ୍ରମକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୃଷି ମନ୍ତ୍ରୀ ଅରୁଣ ସାହୁ, ପ୍ରାକ୍ତନ ପୋଲିସ ଅଧିକାରୀ ତଥା ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ, ପଲିସି ମେକର ଶ୍ୟାମ ପିଟ୍ରୋଡା, କନ୍ଧମାଳ ସଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେବେ ।

ଓଡ଼ିଶାର ଉନ୍ନତି ପାଇଁ ବିଶ୍ଵ ଦରବାରରେ ଏକ ପୃଷ୍ଠଭୂମି ସ୍ଥାପନ କରିବା କାର୍ଯ୍ୟକ୍ରମର ଉଦେଶ୍ୟ । କାର୍ଯ୍ୟକ୍ରମର ବିଭିନ୍ନ ସେସନରେ ରାଜ୍ୟର କଳା ଏବଂ ସଂସ୍କୃତି, ଯୁବ ବ୍ୟାପାର, ମହିଳା ସଶକ୍ତିକରଣ, ସାମ୍ପ୍ରତିକ ସମୟରେ ଦେଶ ଓ ବିଦେଶରେ ବସବାସ କରୁଥିବା ଓଡ଼ିଆଙ୍କ ମଧ୍ୟରେ ସମନ୍ୱୟ ନେଇ ଗଣମାଧ୍ୟମର ଭୂମିକା ବାବଦରେ ଆଲୋଚନା ହେବ । ଏହା ସହିତ ବିଭିନ୍ନ ସଂସ୍କୃତିକ ଗୋଷ୍ଠୀ, ଥିଏଟର ଆର୍ଟିଷ୍ଟଙ୍କୁ ନେଇ ୱେବନାରରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

Leave a Reply