ହ୍ୟୁମାନ୍‌ ଦେଲେ ନିର୍ଦ୍ଦେଶନା । ଛଅ ରାତିର ପରିଶ୍ରମ ପରେ ହୋଇଗଲେ ଆଗଧାଡିର ନିର୍ଦ୍ଦେଶକ ।

1 min read

ଭୁବନେଶ୍ୱର : ହ୍ୟୁମାନ୍‌ ସାଗର। ଭିନ୍ନ ପରିଚୟ, ଭିନ୍ନ ପ୍ରତିଭା । ସୁମଧୁର କଣ୍ଠ ଆଉ ନିଜସ୍ୱ ପ୍ରଚେଷ୍ଟା ବଳରେ ସେ ଆଜି ଓଡିଶାର ଘରେ ଘରେ ପରିଚିତ । ଜଣେ ଆଗ ଧାଡିର କଣ୍ଠଶିଳ୍ପୀ ଭାବରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ସବୁ ପ୍ରକାର ଗୀତକୁ ସେ ସୁନ୍ଦର ଭାବେ ଉପସ୍ଥାପନା କରି ବେଶ୍ ଚର୍ଚ୍ଚା ସାଉଣ୍ଟିଛନ୍ତି । 

ଏଯାବତ୍‌ ପାଖାପାଖି ସେ କୋଡିଏ ହଜାରରୁ ଅଧିକ ଗୀତରେ ତାଙ୍କ କଣ୍ଠର ଯାଦୁ ଦେଖାଇ ସାରିଛନ୍ତି । ଆଉ ସମସ୍ତ ଗୀତ ତାଙ୍କର ସୁପର୍‌ ଡୁପର୍‌ ହିଟ୍‌ ସାବ୍ୟସ୍ତ ହୋଇଛି । ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କର ହେ ନବୀନ…ଆମେ ତୁମ ଫ୍ୟାନ୍‌ …ଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଧୁମ୍‌ ମଚାଇଥିଲା । ବିଭିନ୍ନ ପ୍ରକାର ଗୀତରେ ନିଜକୁ ପ୍ରମାଣ କରିସାରିବା ପରେ ଏବେ ନିର୍ଦ୍ଦେଶନାରେ ପାଦ ଦେଇଛନ୍ତି ହ୍ୟୁମାନ୍‌ ।

ଅକ୍ଟୋବର ମାସରେ ରିଲିଜ୍‌ ହୋଇଥିବା ଇ-ନ୍ୟୁଜ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଏକ ମ୍ୟୁଜିକ୍‌ ଭିଡିଓ “ମଦରେ ମଦରେ ତୁ ସାହାରା.. ରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ଗୀତଟି ଏପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ଭିଉଅର୍ସ ଅତିକ୍ରମ କରିସାରିଲାଣି । ଗୀତଟିର ଡ୍ରାମା ସୁଟିଂ ପାଇଁ ଚାରିଦିନ ରଖାଯାଇଥିଲେ ମଧ୍ୟ ତାହା ନିର୍ଦ୍ଧାରିତ ସମୟରେ ନ ସରି ଆହୁରି ଦୁଇ ଦିନ ବଢ଼ି ଯାଇଥିଲା । ସେହି ଗୀତରେ ଓଲିଉଡ୍‌ର ଖ୍ୟାତାନାମା ନିର୍ଦ୍ଦେଶକ ଓ ଅଭିନେତା ଚୌଧୁରୀ ବିକାଶ ଦାସଙ୍କ ସହ ଓମ୍‌, ମୋନାଲି, ଗୋଲ୍‌ଡି, ଦୀପା ପ୍ରମୁଖ ଅଭିନୟ କରିଛନ୍ତି । କନ୍‌ସେପ୍ଟ ଅନୁସାରେ ସେ ଯାହା ଗୀତରେ କରିବା ପାଇଁ ଇଛା ପ୍ରକାଶ କରିଥିଲେ ସେସବୁକୁ ପ୍ରଯୋଜକ ଦୀପକ କୁମୀର ଜେନା ଓ ଲାଇନ୍‌ ପ୍ରଡ୍ୟୁସର୍‌ ରାଜା ଡି ସବୁ ପ୍ରକାର ପୁରଣ କରିଥିବା ହ୍ୟୁମାନ୍‌ କହିଛନ୍ତି ।

ଜଣେ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକଙ୍କର ସ୍କ୍ରିନ୍‌ପ୍ଲେ ଏତେ ସୁନ୍ଦର ହେଇପାରେ, ତାହା ଅବିଶ୍ୱାସ ଲାଗୁଥିଲେ ବି କଥାଟା ନିଛକ ସତ ବୋଲି ନିଜେ ଚୌଧୁରୀ ବିକାଶ ଦାସ କହିଛନ୍ତି । ଗୀତଟି ମଦ ଉପରେ ହେଇଥିଲେ ବି ଗୀତ ମାଧ୍ୟମରେ ମଦର କିଛି ପ୍ରମୋଟ୍‌ କରାଯାଇ ନାହିଁ ବରଂ ଏହା ଏକ ସ୍ୟାଡ୍‌ ସଙ୍ଗ ବୋଲି ହ୍ୟୁମାନ୍‌ ସାଗର କହିଛନ୍ତି  ।

 

Leave a Reply