ସାମାଜିକ ଦୂରତା ରକ୍ଷା କରି ପାଳନ ହେବ ଶୀତଳ ଷଷ୍ଠୀ

ସମ୍ବଲପୁର: ମହାମାରୀ କରୋନା ଏବେ ସାରା ବିଶ୍ୱକୁ ନିଜ ଅକ୍ତିଆରରେ ରଖିଛି । ଭାରତ ସମେତ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେଣୁ ବିଭିନ୍ନ ଯାନି ଯାତ ଓ ପର୍ବ ପର୍ବାଣୀ ପରମ୍ପରା ମଧ୍ୟ ବନ୍ଦ ରହିଛି । ତେବେ ଳକ୍‌ଡାଉନ୍‌ ଯେଗୁଁ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ବେଢ଼ା ଭିତରେ ଶ୍ରୀଜିଉ ଚାପ ଖେଳିବେ ଏବଂ ଅକ୍ଷୟ ତୃତୀୟର ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ନିଷ୍ପତ୍ତି ହୋଇଛି । ଠିକ୍‌ ସେହିଭଳି ସମ୍ବଲପୁରର ପ୍ରସିଦ୍ଧ ଶୖବ ପୀଠରେ ଶୀତଳଷଷ୍ଠି ଉତ୍ସବ ପାଳନ ହେବା ନେଇ ସ୍ଥିର ହୋଇଛି । ଶିବ ପାର୍ବତୀଙ୍କ ବିବାହ ଉତ୍ସବ ବା ଶୀତଳ ଷଷ୍ଠି ରୀତିନୀତି ଅନୁସାରେ ପାଳନ ହେବ ବୋଲି ନିଷ୍ପତ୍ତି ହୋଇଛି । ସାମାଜିକ ଦୂରତା ରକ୍ଷା କରି ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତେଣୁ ସନ୍ଧ୍ୟା ୫ଟାରେ ସହରର ଝାଡୁଆପଡା ଲୋକନାଥ ବାବା, ନନ୍ଦପଡା ବାଲୁଙ୍କେଶ୍ୱର ବାବା ଓ ମୁଦିପଡା ଜାଗେଶ୍ୱର ବାବାଙ୍କ ମନ୍ଦିରରେ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଥାଳ ପଠାଯିବା ପରେ ମନ୍ଦିର ଭିତରେ କେବଳ ତିନି ଜଣ ସଦସ୍ୟ ରହି ଅନୁଦାନ ସଂଗ୍ରହ କରିବେ । ଏନେଇ ଶୀତଳ ଷଷ୍ଠୀ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିରରେ ସାଧାରଣ ଲୋକଙ୍କୁ ଗହଳି ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply