ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

1 min read

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୯ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬, ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତାଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ହୋଇଛି ।

ମଙ୍ଗଳବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୬ଜଣ ସଂକ୍ରମିତ ହେଉଛନ୍ତି ୪୦ ବର୍ଷିୟ, ୫୦ ବର୍ଷିୟ, ୪୬ ବର୍ଷିୟ, ୬୦ ବର୍ଷିୟ ପୁରୁଷ ଏବଂ୭୫ ବର୍ଷିୟ ଓ ୬୦ ବର୍ଷିୟ ମହିଳା । ତେବେ ମୃତ୍ୟୁବରଣ କରିଥିବା ସମସ୍ତ ସଂକ୍ରମିତ ପୂର୍ବରୁ କିଛି ନା କିଛି ରୋଗରେ ପୀଡ଼ିତ ଥିଲେ। ଏହାସହ ପୁରୀରୁ ଜଣେ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୭ ବର୍ଷିୟ ପୁରୁଷ । ଅପରପକ୍ଷରେ ଖୋର୍ଦ୍ଧାରୁ ଜଣେ ୫୫ ବର୍ଷିୟ ପୁରୁଷଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ ।

 

Leave a Reply